ରଥଖଳାରୁ:ରଥନିର୍ମାଣକାର୍ଯ୍ୟ୫୫ ତମ ଦିବସ

73

*ରଥଖଳାରୁ:ରଥନିର୍ମାଣକାର୍ଯ୍ୟ*             *୫୫ ତମ ଦିବସ**ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ**ତିନିରଥର ମୋଟ ମହାରଣା-୭୭*ତିନିରଥର ଭୋଇ ସେଵକ  -୭୭*ତିନିରଥର କରତି ସେଵକ –   ୪*ତିନିରଥର ରୂପକାର ସେଵକ-୧୮*ତିନିରଥର ଓଝା ମହାରଣା    -୧୭*ତୁମ୍ବ ବିନ୍ଧ କାରୀଗର              –   ୧*ପାହି ମହାରଣା                     –    ୨*ସହାୟକ (ପାଣିବାଲା)         –   ୧                                   ମୋଟ-୧୯୭

(ସବୁଦିନପରି ଆଜି ସକାଳ ୮ ଟାରେତିନିରଥର ନିର୍ମାଣକାରୀ ଦଳ ରଥଖଳାଠାରେ ଉପସ୍ଥିତ ହୋଇନିର୍ମାଣ କାର୍ଯ୍ୟରେ ଯୋଗଦେଇଥିଲେପରେ ପରେ ସେମାନଙ୍କ ଉପସ୍ଥାନନିଆଯାଇଥିଲା)      *ରଥ ନିର୍ମାଣ ଅଗ୍ରଗତି* ଆଜି ତିନିରଥରେ ଠେକେରାବାଡ଼ଉଠିବା ସହ ସେଥିରେ ସଖୀ ଖଞ୍ଜାଶେଷ ହୋଇଅଛି।*ଏଥି ସହ ରଥକୁ ସାରଥୀ ଏବଂଅନ୍ୟାନ୍ୟ ଜିନିସାତ ବୋହି ନେବାକୁଭୋଇସେବକଙ୍କ ପାଇଁ ଦୁଇଟି କାଠସାଙ୍ଗୀ ନିର୍ମାଣ ଶେଷ ହୋଇଅଛି।ଏହି ଛୋଟ ଛୋଟ ନିର୍ମାଣ କାର୍ଯ୍ୟସହ ତିନିରଥର ଚତୁର୍ପାର୍ଶ୍ଵ ରଙ୍ଗ କାର୍ଯ୍ୟ ଶେଷହୋଇଅଛି।*ଏଥିସହ ଆଜି ତିନି ରଥର ‘ପ୍ରଭା’ରେ ଖୋଦିତ ରୂପ ଗୁଡିକରେ ରଙ୍ଗଚିତ୍ରକାର୍ଯ୍ୟ

ଚିତ୍ରକାର ସେବକମାନେଶେଷ କରିଛନ୍ତି, ଆସନ୍ତାକାଲି ଏହିତିନିଗୋଟି ପ୍ରଭା ତିନିରଥରେ ଫିଟିଙ୍ଗ କରାଯିବ।*ଆଜି ତିନିରଥର କନକମୁଣ୍ଡି ପାଇଁପିତଳ ସଜ ସଫାହୋଇ ଆସିଅଛି।ଆଜି ରାତିରେ କନକ ମୁଣ୍ଡି ରେ ପିତଳ ସଜ ଫିଟିଙ୍ଗ କରାଯିବ।*ଆଜି ତିନିରଥର ଦରଜୀ ସେଵକମାନେ କନକ ମୁଣ୍ଡି ଚାନ୍ଦୁଆ,ଉଡା-ଚାନ୍ଦୁଆ ଏବଂ ସାରଥୀ ପୋଷାକସିଲାଇ ଶେଷ କରି ଶ୍ରୀଜୀଉଙ୍କ ବିଜେଚକା ପାଇଁ ବନାରସୀ ଜରୀ କନାଖୋଳ ଏବଂ ଠାକୁରଙ୍କ ପିଠି  ଏବଂମସ୍ତକ ପଶ୍ଚାତ ଭାଗ ପାଇଁ ତକିଆନିର୍ମାଣ ଶେଷ କରି ଛନ୍ତି।* ଦୋଳବେଦୀ ସ୍ଥ ଅସ୍ଥାୟୀ କମାରଶାଳରେ ଓଝା ମହାରଣା ମାନେଗାରଦ ଅଫିସ ବରାଦ ପ୍ରକାରେ ଦୁଇଟି କଟୁରି ଏବଂ ଛୁରୀ ନିର୍ମାଣକାରୀ ଯୋଗାଇଛନ୍ତି।

Comments are closed, but trackbacks and pingbacks are open.