ମେ’ ୬ ରୁ ଓଜେଇଇ, ଜାଣନ୍ତୁ କେବେଠୁ ମିଳିବ ଆଡମିଟ୍ କାର୍ଡ

24

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ର ଛାତ୍ରଛାତ୍ରୀ ଆସନ୍ତା ୨୭ ତାରିଖରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଏ ନେଇ  ଓଜେଇଇ ପକ୍ଷରୁ ବିଜ୍ଞପ୍ତି ସୂଚୀ ପ୍ରକାଶ ପାଇଛି । ଓଜେଇଇ ପରୀକ୍ଷା ଆସନ୍ତା ମେ’ ୬ ତାରିଖରୁ ଆରମ୍ଭ ହୋଇ ୧୦ ମେ ରେ ଶେଷ ହେବ । ଏହି ପରୀକ୍ଷା ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସ କରାଯିବ । ଓଜେଇଇ ପରିକ୍ଷାର ଆଡମିଟ୍ କାର୍ଡ ଏପ୍ରିଲ୍ ୨୭ ରେ ପ୍ରଦାନ କରାଯିବ। ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ପ୍ରାର୍ଥୀମାନେ ସେମାନଙ୍କ ଆବେଦନ ନମ୍ବର ଏବଂ ପାସୱାର୍ଡ ଦେଇ ଡାଉନଲୋଡ୍ କରିପାରିବେ ।

ପ୍ରାର୍ଥୀମାନେ ଆଡମିଟ୍ କାର୍ଡ,ଫଟୋ ଆଇଡି ସହ ପରୀକ୍ଷା କ୍ରେନ୍ଦକୁ ଯାଇପାରିବେ ।ପ୍ରତ୍ୟେକ ଦିନ ତିନୋଟି ସିଫ୍ଟ ରହିବ। ପ୍ରତି ସିଫ୍ଟର ଅବଧି ୨ଘଣ୍ଟା ରହିବ । ୬ ତାରିଖରେ ଏଲ୍‌ଇ-ଟେକ୍‌ (ଡିପ୍ଲୋମା) ପରୀକ୍ଷା ଥିବା ବେଳେ ୭ ତାରିଖରେ ଏଲ୍‌ଇ ଟେକ୍‌ (ଡିପ୍ଲୋମା), ଇଣ୍ଟିଗ୍ରେଟେଡ ଏମ୍‌ବିଏ ଏବଂ ଏଲ୍‌ଇ ଟେକ୍ ବିଏସ୍‌ସି  ପରୀକ୍ଷା ରହିଛି । ସେହିଭଳି ୮ତାରିଖରେ ଏମ୍‌ବିଏ, ବି.କ୍ୟାଟ୍‌ ,(ସିନେମାଟୋଗ୍ରାଫି/ ସାଉଣ୍ଡ ରେକର୍ଡିଂ ଏବଂ ଡିଜାଇନ ଏବଂ ଏଲ୍‌ଇ ଫାର୍ମ) ର ପରୀକ୍ଷା ରହିଛି ।

ସେହିପରି ୯ ତାରିଖରେ ବି.ଫାର୍ମର ପରୀକ୍ଷା ଥିବା ବେଳେ ୧୦ ତାରିଖରେ ଏମ୍‌ସିଏ, ବି.କ୍ୟାଟ୍‌ (ଫିଲ୍ମ ଏଡିଟିଙ୍ଗ, ଏମ୍‌.ଫାର୍ମ ,ଏମ୍‌.ଆର୍କ, ଏମ୍‌.ପ୍ଲାନ ଏବଂ ଏମ୍‌.ଟେକର) ପରୀକ୍ଷା ରହିଛି ।

Comments are closed, but trackbacks and pingbacks are open.