ମଧ୍ୟପ୍ରଦେଶ ଇନ୍ଦୋରରୁ ଡେଲଟାର ନୂଆ ପ୍ରଜାତି ଦ୍ୱାରା ୭ ଜଣ ସଂକ୍ରମିତ ଚିହ୍ନଟ

25

ୟୁରୋପ ରେ ଦେଖାଦେଇଥିବା କରୋନା ର ନୂଆ ପ୍ରଜାତି ଭୁତାଣୁ ଭାରତର ମଧ୍ୟପ୍ରଦେଶ କୁ ବ୍ୟାପିଛି I ଏହି ଆତଙ୍କ ସୃଷ୍ଟିକାରୀ ଭୂତାଣୁ ଡେଲ୍ଟାର ନୂଆ ପ୍ରଜାତି ଏୱାଇ ୪.୨ I ନୂଆ ଭାରିଆଂଟ ହେଉଛି ଡେଲଟାର ଭୂତାଣୁର ନୂଆ ପ୍ରଜାତିର ଏକ ସବ୍ ଭାରିଆଂଟ । ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ର ତଥ୍ୟ ଅନୁଯାୟୀ ମଧ୍ୟପ୍ରଦେଶରେ ଇନ୍ଦୋରରେ ୭ଜଣ ଏହି ନୂଆ ଏୱାଇ ୪.୨ ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏଥିରେ ଦୁଇ ସେନା ଅଧିକାରୀଙ୍କ ସମେତ ୭ ଜଣ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ୧ ପ୍ରତିଶତ ନମୁନାରେ ଏୱାଇ.୪ ଚିହ୍ନଟ ହୋଇଛି । ଇନ୍ଦୋର ମୁଖ୍ୟ ମେଡିକାଲ ଓ ହେଲ୍‌ଥ ଅଫିସର ଡ. ବିଏସ୍ ସେତିୟାଙ୍କ କହିବା ଅନୁସାରେ ମହୁଁ କ୍ୟାଣ୍ଟନମେଣ୍ଟରେ ନିଯୁକ୍ତ ଦୁଇଜଣ ସେନା ଅଫିସର ଏହି ପ୍ରଜାତି ଦ୍ବାରା ସଂକ୍ରମିତ ହୋଇଥିଲେ । ମହାରାଷ୍ଟ୍ରରେ ୧ ପ୍ରତିଶତ ନମୁନାରେ ଏୱାଇ.୪ କିସମ ଚିହ୍ନଟ ହୋଇଛି । ଏନ୍‌ସିଡିସି ରିପୋର୍ଟ ଅନୁସାରେ ଅଗଷ୍ଟ ମାସରେ କୋଭିଡ୍‌-୧୯ ସଂକ୍ରମଣ ୬୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଡେଲ୍‌ଟାର ଏହି ଉପ-କିସମ ଯୋଗୁ ସେପ୍ଟେମ୍ବର ମାସରେ ଇନ୍ଦୋର ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଥିଲା । ସେପ୍ଟେମ୍ବର ୨୩ରୁ ୨୫ ଭିତରେ ମହୁଁ-ସ୍ଥିତ ଆର୍ମି ୱାର୍ କଲେଜରେ ପ୍ରାୟ ୩୦ ଜଣ ପ୍ରଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
କିନ୍ତୁ ସେମାନଙ୍କଠାରେ ରୋଗର କୌଣସି ଲକ୍ଷଣ ନ ଥିଲା ଏବଂ ସମସ୍ତେ ଦୁଇଟି ଡୋଜ୍ ଟିକା ନେଇଥିଲେ । ପରେ ସେମାନଙ୍କ ନମୁନା ଜିନୋମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ଏହାର ପ୍ରଥମ ରିପୋର୍ଟ ଅକ୍ଟୋବର ୧ରେ ବାହାରିଥିବା ବେଳେ ଦ୍ବିତୀୟ ରିପୋର୍ଟ ୧୬ରେ ପ୍ରକାଶ ପାଇଥିଲା । ଏମ୍‌ଜିଏମ୍ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ଅନୀତା ମୁଥା କହିଛନ୍ତି ଯେ, ଏୱାଇ.୪ ହେଉଛି ଡେଲ୍‌ଟା ଭାରିଆଣ୍ଟର ଏକ ଉପ-କିସମ। ଏହା ଡେଲ୍‌ଟା ନୁହେଁ କିମ୍ବା ଡେଲ୍‌ଟା ପ୍ଲସ୍ ବି ନୁହେଁ । ଭାରତରେ ଏହି କିସମ ପ୍ରଥମେ ମହାରାଷ୍ଟ୍ରରେ ଗତବର୍ଷ ଅକ୍ଟୋବର ମାସରେ ଚିହ୍ନଟ ହୋଇଥିଲ । ଏହା ଅତ୍ୟଧିକ ଅସୁସ୍ଥତା ଓ ମୃତ୍ୟୁ ର କାରଣ ହୋଇପାରେ କି ନାହିଁ ତାହା ଏବେ ଠୁ କହିବା ସମ୍ଭବ ହେବ ନାହିଁ I ଚିହ୍ନଟ ନୂଆ ଭାରିଆଂଟ ଟି ଅଧିକ ଅନୁସନ୍ଧାନ ଅପେକ୍ଷାରେ ରହିଛି I

Leave A Reply

Your email address will not be published.