ଏପ୍ରିଲ ୧୮ରୁ ସାମ୍ୱାଦିକଙ୍କୁ ଲୋକସେବା ଭବନ ପ୍ରବେଶ ଅନୁମତି

22

ଆସନ୍ତା ଏପ୍ରିଲ ୧୮ ତାରିଖ ରୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବେ ଗଣମାଧ୍ୟମ ପ୍ରତିନିଧି I କୋଭିଡ କଟକଣା ହଟିବା ପରେ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର I ଏହା ସହିତ ଖାରବେଳ ଭବନ ଏବଂ ରାଜୀବ ଭବନରୁ ମଧ୍ୟ କୋଭିଡ କଟକଣା ହଟାଇ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, କରୋନା ଯୋଗୁଁ ପ୍ରାୟ ଦୁଇ ବର୍ଷ ହେବ ଲୋକସେବା ଭବନକୁ ଯିବା ପରେ କଟକଣା ଲାଗୁ କରାଯାଇଥିଲା। ଏପରିକି ସାମ୍ୱାଦିକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା । ଯାହାକୁ ନେଇ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ବାରମ୍ବାର ବିଧାନ ସଭାରେ ପ୍ରଶ୍ନ କରାଯାଉଥିଲା I ଏହା ସହିତ ବିଭିନ୍ନ ବୁଦ୍ଧିଜୀବୀଙ୍କ କଡା ସମାଲୋଚନାର ଶିକାର ହୋଇଥିଲେ ରାଜ୍ୟ ସରକାର।
ସରକାରଙ୍କ ତରଫରୁ ରାଜ୍ୟରେ ବର୍ତ୍ତମାନ କରୋନା କଟକଣା ହଟାଇ ଦିଆଯାଇଥିଲେ ମଧ୍ୟ ଲୋକସେବା ଭବନ କୁ ଗଣମାଧ୍ୟମଙ୍କ ପ୍ରବେଶ ଉପରେ କଟକଣା ଜାରି ରହିଥିଲା। ଏବେ ସରକାର ଖବର ସଂଗ୍ରହ ପାଇଁ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଉଠାଇ ଦେଇଛନ୍ତି। ତେବେ ୧୮ ତାରିଖରୁ କେବଳ ସ୍ବୀକୃତି ପ୍ରାପ୍ତ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ଯିବାକୁ ଅନୁମତି ଦିଆଯିବ। ଫଳରେ ଏଣିକି ଗଣମାଧ୍ୟମ ପ୍ରତିନିଧିମାନେ ଲୋକସେବା ଭବନକୁ ଯାଇ ଖବର ସଂଗ୍ରହ କରିପାରିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।  ଏହାସହ ଲୋକସେବା ଭବନ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Comments are closed, but trackbacks and pingbacks are open.