ମାଲବାହୀ ଟ୍ରେନ ଲାଇନଚ୍ୟୁତ :୧୨ଟି ଟ୍ରେନ ବାତିଲ

30

ଗତ ରବିବାର ଠାରୁ ରାଜ୍ୟ ରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି I ଏହି ଲଗାଣ ବର୍ଷା ଫଳରେ ଅନୁଗୋଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବା ଯୋଗୁଁ ଗତ ରାତିରେ ତାଲଚେର ରୋଡରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ୫୬ ବଗି ବିଶିଷ୍ଟ ଗହମ ବୋଝେଇ ଟ୍ରେନ୍‌ ଟି ଲାଇନଚ୍ୟୁତ ହୋଇଛି I

ସୂଚନା ଯୋଗ୍ୟ ଗତ କାଲି ରାତି ପ୍ରାୟ ୨ଟା ୫୦ରେ ଟ୍ରେନ୍‌ଟି ଭୋଗବେରଣୀ ନିକଟସ୍ଥ ପୋଲ ଅତିକ୍ରମ କରୁଥିବା ବେଳେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହୋଇଯାଇଥିଲା। ଟ୍ରେନ୍‌ର ୬ଟି କୋଚ ସହ ଇଞ୍ଜିନ ଲାଇନ୍‌ଚ୍ୟୁତ୍‌ ହୋଇଯାଇଛି। ହେଲେ ଟ୍ରେନ୍‌ରେ ଥିବା ଲୋକୋ ପାଇଲଟ୍‌ ଓ ଗାର୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।ଖବର ପାଇ ରାତି ପ୍ରାୟ ସାଢେ ୩ଟାରେ ରେଲୱେର ବରିଷ୍ଠ ଅଧିକାରୀ, ଟେକନିକାଲ ଟିମ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏବେବି ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବାରୁ ଢେଙ୍କାନାଳ-ସମ୍ବଲପୁର ରେଲ୍ ସେକସନ୍ ଅଧୀନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ଆଜି ୧୨ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୮ଟି ଟ୍ରେନ୍‌ର ଗତିପଥ ବଦଳା ଯାଇଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

ଏଥି ସହିତ ରାଉରକେଲା-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ ଆଂଶିକ ବାତିଲ ହୋଇଛି । ଆଜି ଇଣ୍ଟର ସିଟି ସ୍ପେଶାଲ ରାଉରକେଲାରୁ ସମ୍ବଲପୁର ଯିବ । ସମ୍ବଲପୁର-ଭୁବନେଶ୍ୱର ମଧ୍ୟରେ ଉଭୟପଟୁ ଇଣ୍ଟର ସିଟି ବାତିଲ ହୋଇଛି ।

Leave A Reply

Your email address will not be published.