ପୁଣି ଶିକ୍ଷାନୁଷ୍ଠାନ ରେ ରାଗିଙ୍ଗ ଅଭିଯୋଗ, ହଷ୍ଟେଲରୁ ବହିଷ୍କୃତ ହେଲେ ୯ ଛାତ୍ର

17

ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୁଇଟ ଛାତ୍ରାବାସରେ ବିଶୃଙ୍ଖଳିତ ଆଚ୍ଚରଣ ତଥା ମାରପିଟ କରିବା ଅଭିଯୋଗରେ ୯ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତୃପକ୍ଷ ।
ସୂଚନାନୁସାରେ ଜଣେ କନିଷ୍ଠ ଛାତ୍ରଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସିଧାସଳଖ ସଂପୃକ୍ତି ଅଭିଯୋଗରେ ଦ୍ୱିତୀୟ ବର୍ଷର ୪ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି । ସେପଟେ ଅନ୍ୟ ୪ ଜଣ ଛାତ୍ରଙ୍କୁ ୬ ମାସ ପାଇଁ ହଷ୍ଟେଲରୁ ବହିଷ୍କାର କରାଯିବା ସହ ଜଣେ ଚତୁର୍ଥ ବର୍ଷ ଛାତ୍ରକୁ ୬ ମାସ ପାଇଁ ହଷ୍ଟେଲରୁ ବହିଷ୍କାର କରାଯାଇଛି।
ସୂଚନାଯୋଗ୍ୟ, ମାସେ ତଳେ ସୁଇଟ ହଷ୍ଟେଲରେ ଜଣେ ଛାତ୍ରଙ୍କ ସହ ସମ୍ପୃକ୍ତ ଛାତ୍ରମାନେ ଗଣ୍ଡଗୋଳ ଓ ପାଟିତୁଣ୍ଡ କରିଥିଲେ । ଏ ନେଇ ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ନିଜ ତରଫରୁ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଶୃଙ୍ଖଳା କମିଟି ନିର୍ଦ୍ଦେଶକଙ୍କୁ ରିପୋର୍ଟ ପ୍ରଦାନ କରିଥିବା ବେଳେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave A Reply

Your email address will not be published.