ମୋଷ୍ଟ ୱାଣ୍ଟେଡ ଅଭିଯୁକ୍ତର ଆକ୍ରମଣ ରେ ୪ ପୁଲିସ୍‌ କର୍ମଚାରୀ ଆହତ

15

ମୋଷ୍ଟ ୱାଣ୍ଟେଡକୁ ଗିରଫ କରିବାକୁ ଯାଇ ଲହୁଲୁହାଣ ହୋଇଛନ୍ତି ୪ ପୋଲିସ କର୍ମଚାରୀ । ପୋଲିସକୁ ମାଡ଼ ମାରି ଖସିଯିବାକୁ ଉଦ୍ୟମ ବେଳେ ବନ୍ଧା ହୋଇଛି ମୋଷ୍ଟ ୱାଣ୍ଟେଡ ଅପରାଧୀ ଟିକୁ ମଲିଆ ,ତାଙ୍କ ଘର କପିଳେଶ୍ୱରରେ ବୋଲି ଜଣାଯାଇଛି। ଟିକୁ ଜଣେ ମୋଷ୍ଟ ୱାଣ୍ଟେଡ ଅପରାଧୀ ହୋଇଥିବା ବେଳେ ତା’ ନାଁରେ ରାଜଧାନୀ ସମେତ ବିଭିନ୍ନ ଥାନାରେ ମାମଲା ରହିଛି । ଦୀର୍ଘ ଦିନ ହେବ ପୁଲିସ୍‌ ତାକୁ ଖୋଜିବାକୁ ଚେଷ୍ଟା ଚଳାଇଥିବା ବେଳେ ତା’ର ପତ୍ତା ପାଉ ନ ଥିଲା। ହେଲେ ଗତକାଲି ଲିଙ୍ଗରାଜ ଥାନା ଅଞ୍ଚଳରେ ଅଭିଯୁକ୍ତଜଣକ ବୁଲୁଥିବା ପୁଲିସ୍‌ ଖବର ପାଇଥିଲା। ଏହାପରେ ଅତର୍କିତ ଚଢ଼ାଉ ପରେ ପୁଲିସ୍‌ ଉପରେ ଓଲଟା ଆକ୍ରମଣ କରି ଖସିବାକୁ ବସିଥିଲା ଟିକୁ ମାଲିଆ। । ୨ଟି ମାମଲାରେ ମୋଷ୍ଟ ୱାଣ୍ଟେଡ ଥିଲା କପିଳେଶ୍ୱରର ଟିକୁ ମାଲିଆ । ଟିକୁ ମଲିଆ ଆକ୍ରମଣରେ ଜଣେ ସବଇନ୍ସପେକ୍ଟର ଓ ୩ କନଷ୍ଟେବଳ ଆହତ ହୋଇଛନ୍ତି I ଶେଷରେ ପୋଲିସ ହାଟରେ ବନ୍ଧା ହୋଇଛି ଟିକୁ ମଲିଆ I

Leave A Reply

Your email address will not be published.