ସୋଆ ପ୍ରତିଷ୍ଠାତା ମନୋରଞ୍ଜନ ନାୟକ ଙ୍କ ମାତୃ ବିୟୋଗ , ବାସଭବନରେ ଶେଷ ଦର୍ଶନ କଲେ ବହୁ ବିଶିଷ୍ଟ ବ୍ୟକ୍ତି

11

 ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା  ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକଙ୍କ ମାଆ ଶ୍ରୀମତୀ ସତ୍ୟଭାମା ନାୟକଙ୍କ ପରଲୋକ ଘଟିଛି । ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ବାସଭବନରେ ଗୁରୁବାର ଅପରାହ୍ନରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ଶ୍ରୀମତି ସତ୍ୟଭାମାଙ୍କୁ ୮୪ ବର୍ଷ ବୟସ ହୋଇଥିଲା  ।

କେନ୍ଦ୍ରପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇର ଫୁଲପାଟଣା (ବଲୁରିଆ ) ଗ୍ରାମର ସ୍ୱର୍ଗତଃ ଦୈତାରୀ ନାୟକଙ୍କ ପତ୍ନୀ ଶ୍ରୀମତି ସତ୍ୟଭାମା ନାୟକ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପୀଡିତ ଥିଲେ ।  ତାଙ୍କର ଛଅ ପୁଅ ଓ ତିନି ଝିଅ ଅଛନ୍ତି ।  ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ । ପ୍ରକାଶଯୋଗ୍ୟ ଯେ, ଆଦର୍ଶ ଶିକ୍ଷକ ଭାବେ ପରିଚିତ ଥିବା ସ୍ୱର୍ଗତ ଦୈତାରୀ ନାୟକଙ୍କ ପତ୍ନୀ ସତ୍ୟଭାମା ଜଣେ ସ୍ନେହ ବତ୍ସଳ, ଧର୍ମପରାୟଣା ମହିଳା ଭାବେ ପରିଚିତ ଥିଲେ । ତାଙ୍କ ସନ୍ତାନମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ । ଶ୍ରୀମତୀ ସତ୍ୟଭାମା ନାୟକଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି କଳିଙ୍ଗ ବିହାର ବାସଭବନରେ ତାଙ୍କ ଶେଷ ଦର୍ଶନ କରିଛନ୍ତି ।

Comments are closed, but trackbacks and pingbacks are open.