ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

28

ପାକିସ୍ତାନ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ । PTI ଦଳର ମୁଖ୍ୟ ଇମ୍ରାନ ଖାନଙ୍କୁ ଇସଲାମବାଦ ହାଇକୋର୍ଟ ବାହାରୁ ଗିରଫ କଲା ପାକିସ୍ତାନ ରେଜର୍ସ । ନ୍ୟୁଜ୍ ଏଜେନ୍ସି ପିଟିଆଇ ପକ୍ଷରୁ ଏନେଇ ଦିଆଗଲା ସୂଚନା ।

ପିଟିଆଇ ନେତା ମୁସରତ ଚିମା ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ସେମାନେ ବର୍ତ୍ତମାନ ଇମ୍ରାନ ଖାନଙ୍କୁ ନିର୍ଯାତନା ଦେଉଛନ୍ତି, ସେମାନେ ଖାନ ସାହାବଙ୍କୁ ମାଡ ମାରୁଛନ୍ତି । ସେମାନେ ଖାନ ସାହାବଙ୍କ ସହ କିଛି କରିଛନ୍ତି । ଜିଓ ନ୍ୟୁଜ୍ ରିପୋର୍ଟ ଅନୁସାରେ, ଇସଲାମାବାଦ ହାଇକୋର୍ଟ ବାହାରୁ ପିଟିଆଇ ମୁଖ୍ୟଙ୍କୁ ପାକିସ୍ତାନ ରେଜର୍ସ ଦ୍ୱାରା ଅଲ-କାଦିର ଟ୍ରଷ୍ଟ ମାମଲାରେ ଗିରଫ କରାଯାଇଛି । ସେ ପାକିସ୍ତାନ ଗୁଇନ୍ଦା ଏଡେନ୍ସି ଓ ଆଇଏସଆଇର ଅଧିକାରୀ ମେଜର ଜେନେରାଲ୍ ଫୈସଲ ନସୀରଙ୍କ ଉପରକେ ଗମ୍ଭୀର ଅଭିଯୋଗ ଆଣିଥିଲେ ଇମ୍ରାନ । ସେ ଅଭିଯୋଗ କରିଥିଲେ ଯେ, ମେଜର ଜେନେରାଲ ଫୈସଲ ତାଙ୍କୁ ହାତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଅଭିଯୋଗକୁ ପାକ୍ ସେନା ପକ୍ଷରୁ କଟାକ୍ଷ କରାଯାଇଥିଲା ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଛି ।

ପିଟିଆଇ ନେତା ମୁସରତ ଚିମା ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ସେମାନେ ବର୍ତ୍ତମାନ ଇମ୍ରାନ ଖାନଙ୍କୁ ନିର୍ଯାତନା ଦେଉଛନ୍ତି, ସେମାନେ ଖାନ ସାହାବଙ୍କୁ ମାଡ ମାରୁଛନ୍ତି । ସେମାନେ ଖାନ ସାହାବଙ୍କ ସହ କିଛି କରିଛନ୍ତି ।

Comments are closed, but trackbacks and pingbacks are open.