ଦୁଷ୍କର୍ମ ମାମଲାରେ ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଗିରଫ

280

ନୂଆଦିଲ୍ଲୀ: ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଶିବାଲିକ୍ ଶର୍ମାଙ୍କୁ ରାଜସ୍ଥାନର ଯୋଧପୁରର କୁଡି ଭଗତାସନି ହାଉସିଂ ବୋର୍ଡ ପୋଲିସ ଗିରଫ କରିଛି। ଏହି ପୂର୍ବତନ IPL କ୍ରିକେଟରଙ୍କ ଉପରେ ତାଙ୍କର ଜଣେ ବନ୍ଧୁ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ତାଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆଣିଥିବା ଯୁବତୀଜଣଙ୍କ ସହ କ୍ରିକେଟରଙ୍କ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛି। କ୍ରିକେଟର ଶିବାଲିକ୍ ଶର୍ମା ଏବଂ ଅଭିଯୋଗ ଆଣିଥିବା ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଇନଷ୍ଟାଗ୍ରାମ ମାଧ୍ୟମରେ ଘଟିଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଏହି ସମୟ ମଧ୍ୟରେ, ଶିବାଲିକ୍ ତାଙ୍କୁ ଭେଟିବା ପାଇଁ ଅନେକ ଥର ଯୋଧପୁର ମଧ୍ୟ ଯାଇଥିଲେ। କ୍ରିକେଟର ଜଣକ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଦୁହେଁ ନିର୍ବନ୍ଧ ମଧ୍ୟ କରିଥିଲେ। ଯୁବତୀଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଶିବାଲିକ୍ ତାଙ୍କୁ ବିବାହ କରିବାକୁ କହି ବାରମ୍ବାର ପ୍ରତାରଣା କରୁଥିଲେ ଏବଂ ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ପୀଡିତା କହିଥିଲେ ଯେ, ପ୍ରାୟ ଗୋଟିଏ ବର୍ଷ ଏକାଠି ରହିବା ପରେ, ଶିବାଲିକଙ୍କ ପରିବାର ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଯାହା ପରେ ସେ କୁଡି ଥାନାରେ ଶିବାଲିକ୍ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଏହି ଗମ୍ଭୀର ଅଭିଯୋଗ ପରେ, ଶନିବାର ଦିନ ଭଡୋଦରାର ଅଟଲାଦରା ଥାନା ଅଞ୍ଚଳରୁ ଶିବାଲିକଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଯୋଧପୁର କୋର୍ଟରେ ହାଜର କରାଯାଇଥିଲା, ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା।

Comments are closed, but trackbacks and pingbacks are open.