ଭୁବନେଶ୍ବର: ପୁଣି ଥରେ ତେରଚ୍ଛା ବାଣ ମାରିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ। ସେ ତାଙ୍କ ସାମାଜିକ ଗଣମାଧ୍ୟମରେ ବିଜେଡିକୁ ତିବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେଡିର ଏକ୍ସପାଏର ଡେଟ ହୋଇଗଲାଣି। ତେଣୁ ତାହା ଆଉ କିଛି କାମ କରିବ ନା ହିଁ। ମୁଖ୍ୟତଃ ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବା ନେଇ ତଥାଗତ ଏପରି ଲେଖିଛନ୍ତି। ତେବେ ବିଜେଡିର ଏପରି ନିଷ୍ପତିକୁ ସେ ‘ପଲଟିକାଲ ସୁଇସାଇଡ’ ବୋଲି ଲେଖିଛନ୍ତି। ସେ କହିଛନ୍ତି ଯେ ବିଜେଡିର ଯାହା ବି ଅସ୍ଥିତ୍ବ ଥିଲା ତାହା ଶେଷ ହୋଇଛି। ସେ ବିଜେଡିକୁ ଲକ୍ଷ କରି ଏକ ଜାପାନୀ ଶଦ୍ଦ hara kiri-ed ବ୍ୟବହାର କରିଛନ୍ତି। ଏହାର ଅର୍ଥ ହେଲା ନିଜକୁ ନିଜେ ଶେଷ କରିବା। ବର୍ତ୍ତମାନ ବିଜେଡିର ସ୍ଥିତି ଯାହା ହେଲାଣି ତାହା ସେ ହିଁ ଶେଷ କରିବେ ବୋଲି ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଜେଡିକୁ ଲୋକେ ଭଲ ପାଉଛନ୍ତି, ଏବେ ମଧ୍ୟ ନବୀନଙ୍କୁ ଲୋକେ ଚାହୁଁଛନ୍ତି, ହେଲେ ନବୀନ ଆଉ ଲୋକଙ୍କୁ ଚାହୁଁ ନାହାଁନ୍ତି। ବର୍ତ୍ତମାନ ତଳ ସ୍ତରରେ କର୍ମିମାନେ ବଡ ଦ୍ବନ୍ଦରେ ଅଛନ୍ତି, ବିଜେଡିର ବିଭିନ୍ନ ନିଷ୍ପତିକୁ ନେଇ ସେମାନେ ଅସନ୍ତୁଷ୍ଠ ହେଉଛନ୍ତି। ତେଣୁ ଏହି ଦଳ ଆପେ ଆପେ ଶେଷ ହୋଇଯିବ ବୋଲି ତଥାଗତ ଉଲ୍ଲେଖ କରିଛନ୍ତି। ତେବେ ତଥାଗତଙ୍କ ଏହି ଉକ୍ତି ସହିତ ଏକ ଫଟୋ ବେଶ ଚର୍ଚ୍ଚାକୁ ଆସିଛି। ସେ ତାଙ୍କର ସାମାଜିକ ଗଣମାଧ୍ୟମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ କେବଳ ଶଙ୍ଖ ଚିହ୍ନ ରହିଛି ହେଲେ ଆଉ ସବୁ ଅନ୍ଧାର। ଏହାର ଅର୍ଥ ହେଲା ଭବିଷ୍ୟତରେ କେବଳ ଶଙ୍ଖ ଚିହ୍ନଟି ଥିବ ଆଉ କେହି ନ ଥିବେ ବୋଲି ଏହି ଫଟୋର ଉଦ୍ଦେଶ୍ୟ ବୋଲି ଜଣାପଡିଛି। ଅବଶ୍ୟ ଫଟୋ ସଂପର୍କରେ ସେ କୌଣସି ଟିପ୍ପଣୀ ଲେଖି ନାହାଁନ୍ତି।
Comments are closed, but trackbacks and pingbacks are open.