ବିଜେପିରେ ଯୋଗଦେଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା

103

ଭୁବନେଶ୍ବର: ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲେସିକା। ତାଙ୍କ ସହ ବ୍ଲକ ବିଜେଡି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ, ବିଜେପି ନେତା ଅରବିନ୍ଦ ଢାଲି ଏବଂ ଅରିନ୍ଦମ ରାୟଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଶ୍ରୀ କୁଲେସିକା ୨୦୧୪ ରୁ ୨୦୧୯ ଯାଏ କଂଗ୍ରେସରୁ ଟିକେଟ ପାଇ ବିଧାୟକ ରହିଥିଲେ।ସେତେବେଳେ ସେ ହେମା ଗମାଙ୍ଗଙ୍କୁ ବହୁ ଭୋଟରେ ପରାଜିତ କରିଥିଲେ। ଏହାପରେ ସେ ୨୦୧୯ ମଧ୍ୟ କଂଗ୍ରେସରୁ ପ୍ରାର୍ଥୀ ହୋଇ ଲଢିଥିଲେ ମଧ୍ୟ ବିଜେଡିର ପ୍ରଭୁ ଜାନିଙ୍କଠାରୁ ମାତ୍ର ୨୨୯ଟି ଭୋଟରେ ହାରିଯାଇଥିଲା। ଏହାପରେ ସେ ବିଜେଡିରେ ୨୦୨୧ରେ ସାମିଲ ହୋଇଥିଲେ। ହେଲେ ବିଜେଡି ତାଙ୍କୁ ଏଥର ଟିକେଟ ନ ଦେଇ ସେହି ପ୍ରଭୃ ଜାନିଙ୍କୁ ପ୍ରାର୍ଥୀ କରିଛି। ସେହି ରାଗରେ ସେ ବିଜେଡି ଛାଡିଦେଇଥିବାର ଜଣାପଡିଛି।

Comments are closed, but trackbacks and pingbacks are open.