ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଇଡିରେ ହାଜର

24

ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ର ସମାନ ଅନୁଯାୟୀ ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକ ଇଡି ରେ ହାଜର ହୋଇଛନ୍ତି । ବିଭିନ୍ନ ପ୍ରକାର ଠକେଇ ଅଭିଯୋଗରେ ତଦନ୍ତ ପାଇଁ ସମନ ହୋଇଥିଲା । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ I ଇଡି ର ଅନୁସନ୍ଧାନରୁ ଜଣାପଡିଥିଲାଯେ ଅଭୟକାନ୍ତ ଙ୍କ ଆକାଉଣ୍ଟ ରୁ ତାଙ୍କ ପୁଅ ଆକାଶ ପାଠକଙ୍କ ଆକାଉଂଟକୁ କୋଟି କୋଟି ଟଙ୍କା ଯାଇଛି । ପାଖାପାଖି ୮ କୋଟି ଟଙ୍କାର କାରବାର ନେଇ ଇଡ଼ିର ଖୋଳତାଡ ଜାରି ରହିଛି । ଆର୍ଥିକ ଦେଣନେଣ ଉପରେ ଇଡ଼ିର ନଜର ରହିଛି I ଏନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି କି ଅଭୟକାନ୍ତଙ୍କୁ ଜେରା ପରେ ମଧ୍ୟ ଏକାଧିକ ସମନ ଜାରି ହୋଇପାରେ I

Leave A Reply

Your email address will not be published.