ବିଜେଡିରେ ସାମିଲ ହେଲେ ପୂର୍ବତନ IAS ସୁଜାତା କାର୍ତ୍ତିକେୟନ

20

ଭୁବନେଶ୍ୱର: ବିଧିବଦ୍ଧ ଭାବେ ଶଙ୍ଖ ଧରିଲେ ପୂର୍ବତନ ଆଇଏଏସ (IAS) ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନ। ଆଜି ବିଜୁ ଜନତା ଦଳ (ବିଜେଡି)ର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ବିଜେଡି ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ଠାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଦଳର ଅନେକ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ସୁଜାତା ଶଙ୍ଖ ଭବନରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଥିଲା। ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସାଂସଦ ସୁଲତା ଦେଓ ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟ ମହିଳା ନେତ୍ରୀମାନେ ତାଙ୍କୁ ସ୍ୱାଗତ କରି ଭିତରକୁ ପାଛୋଟି ନେଇଥିଲେ।  ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ଟୁକୁନି ସାହୁ, ବିଧାୟକ ଧ୍ରୁବ ସାହୁ, ପଦ୍ମନାଭ ବେହେରା ଓ ମନ୍ମଥ ରାଉତରାୟଙ୍କ ସମେତ ବହୁ ପ୍ରମୁଖ ଚେହେରା ଯୋଗ ଦେଇଥିଲେ।

Comments are closed, but trackbacks and pingbacks are open.