ବେଆଇନ ସମ୍ପତ୍ତି କାରବାର : ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଚୌତାଲାଙ୍କୁ ଜୋରିମାନା ସହିତ ୪ ବର୍ଷ ଜେଲ ଦଣ୍ଡାଦେଶ

127

ଓମ ପ୍ରକାଶ ଚୌତାଲା ଙ୍କୁ ୪ ବର୍ଷ ଜେଲଦଣ୍ଡ I ବେଆଇନ ସମ୍ପତି ଆହରଣ ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ୫୦ ଲକ୍ଷ ଟଙ୍କା ର ଜୋରିମାନା ସହିତ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି I ତାଙ୍କର ଚାରିଟି ସମ୍ପତ୍ତି ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦଣ୍ଡାଦେଶ ଘୋଷଣା ସମୟରେ ଶ୍ରୀ ଚୌତାଲା କୋର୍ଟ ପରିସରରେ ଉପସ୍ଥିତ ଥିଲେ। ଦଣ୍ଡାଦେଶ କୁ ନେଇ ଓମ ପ୍ରକାଶ ଙ୍କ ପୁଅ ଅଭୟ ଚୌତାଲା ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି I
ସ୍ୱତନ୍ତ୍ର ବିଚାରପତି ବିକାଶ ଧୁଲ୍ ଗତ ସପ୍ତାହରେ ଚୌତାଲାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ କହିଥିଲେ ଯେ ଅଭିଯୁକ୍ତ ତାଙ୍କ ଆୟର ଉତ୍ସ କିମ୍ବା କେଉଁ ମାଧ୍ୟମରେ ସମ୍ପତ୍ତି ହାସଲ କରିଛନ୍ତି ତାର ସନ୍ତୋଷଜନକ ହିସାବ ଦେବାରେ ବିଫଳ ହୋଇଛନ୍ତି।ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ବ୍ୟୁରୋର ଏତଲା ଅନୁଯାୟୀ ଓମ୍ ପ୍ରକାଶ ଚୌତାଲା ୧୯୯୯ ଜୁଲାଇ ୨୪ରୁ ୨୦୦୫ ମାର୍ଚ୍ଚ ୫ ମଧ୍ୟରେ ମଧ୍ୟରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟମାନଙ୍କ ସହ ମିଶି ୧ ହଜାର ୪୬୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ନିଜ ନାମରେ କରିଥିଲେ।

ଏତଲାରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଅଭିଯୁକ୍ତମାନେ ବିପୁଳ ଧନ ସଂଗ୍ରହ କରି ହଜାର ହଜାର ଏକର ଜମି, ମଲ୍ଟି କମ୍ପ୍ଲେକ୍ସ, ଆବାସିକ ଘର, ହୋଟେଲ, ଫାର୍ମହାଉସ୍, ବ୍ୟବସାୟ ଏଜେନ୍ସି, ପେଟ୍ରୋଲ୍ ପମ୍ପ ଏବଂ ଅନ୍ୟାନ୍ୟ ଆକାରରେ ବିନିଯୋଗ କରିଥିଲେ। ସେମାନଙ୍କ ନାମରେ ନଗଦ ଏବଂ ଅଳଙ୍କାର ବ୍ୟତୀତ ୪୩ଟି ଅସ୍ଥାବର ସମ୍ପତ୍ତି ଜମା ହୋଇଛି। ସମସ୍ତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୬ କୋଟି ୯ ଲକ୍ଷ ୭୯ ହଜାରରୁ ଅଧିକ ହିସାବ କରାଯାଇଥିଲା ଏବଂ ଏହା ତାଙ୍କ ଆୟର ୧୮୯.୧୧% ଥିଲା।

Comments are closed, but trackbacks and pingbacks are open.