ହରିୟାଣାର ପୂର୍ବତନ ରାଜ୍ୟପାଳଙ୍କ ପରଲୋକ

15

ଚଣ୍ଡିଗଡ଼ : ହରିୟାଣାର ପୂର୍ବତନ ରାଜ୍ୟପାଳ ତଥା ବିହାର ବିଧାନସଭାର ପୂର୍ବତନ ବାଚସ୍ପତି ଧନିକଲାଲ ମଣ୍ଡଳଙ୍କର ରବିବାର ରାତିରେ ଚଣ୍ଡିଗଡରେ ପରଲୋକ ହୋଇଯାଇଛି । ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ଧନିକଲାଲ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ହରିୟାଣା ରାଜ୍ୟପାଳ ଦାୟିତ୍ୱ ତୁଲାଇଥିଲେ । ଅପରପକ୍ଷରେ ସେ ୧୯୬୭ରୁ ୧୯୭୨ ମଧ୍ୟରେ ତିନିଥର ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ୧୯୬୭ରେ ବାଚସ୍ପତି ଆସନ ଅଳଙ୍କୃତ କରିଥିଲେ । ତାଙ୍କ ବିୟୋଗରେ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଶୋକପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.