ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ସୁରସେନ ଜେନାଙ୍କ ପରଲୋକ

106

ଓଡିଶା ସୂଚନା ସେବା ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭୁବନେଶ୍ୱର : ୨୮-୧୨ :ସୂଚନା ଓ ଲୋକ ସଂପର୍କର ପୂର୍ବତନ ନିର୍ଦ୍ଦେଶକ ସୁରସେନ ଜେନାଙ୍କର ଆଜି ୮୩ ବର୍ଷ ବୟସରେ ପରଲୋକ ଘଟିଛି ଭୁବନେଶ୍ଵର ବମିଖାଲ ନିକଟସ୍ଥ ତାଙ୍କର ବାସଭବନରେ ଆଜି ଅପରାହ୍ଣରେ ତାଙ୍କର ପରଲୋକ ଘଟିଛି । ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାରେ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରିବା ସହିତ ୧୯୯୭ ମସିହାରୁ ସରକାରୀ ଚାକିରିରୂ ଅବସର ନେବା ପରେ ଓଡିଶାର ପ୍ରତିଷ୍ଠିତ ବିଭିନ୍ନ ଦୈନିକ ସମ୍ବାଦପତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରବନ୍ଧମାନ ଲେଖି ବିଶିଷ୍ଟ ସ୍ତମ୍ଭକାର ଭାବେ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଓଡିଶା ସୂଚନା ସେବା ସଂଘ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର କର୍ମଚାରୀମାନେ ମଧ୍ୟ ଶୋକବ୍ୟକ୍ତ କରିବା ସହିତ ଦିବଂଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି । ଆସନ୍ତା କାଲି ଆମେରିକାରେ ରହୁଥିବା ତାଙ୍କର ପୁଅ ପହଁଚିବା ପରେ ପୁରୀଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ପରିବାର ପକ୍ଷରୁ ଜଣାଯାଇଛି ।

Comments are closed, but trackbacks and pingbacks are open.