ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

870

ପୂର୍ବତନ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଶରତ ମିଶ୍ର ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୭ଟା ୨୨ରେ ଶରତ ମିଶ୍ରଙ୍କ ମୃତ୍ୟୁ ହୋଇଥିବା  ତାଙ୍କ ଭାଇ ବିପିନ ବିହାରି ମିଶ୍ର ସୂଚନା ଦେଇଛନ୍ତି। 

ସେ ଦୀର୍ଘଦିନ ଧରି RAW ପାଇଁ କାମ କରିଥିଲେ।।  ଅବସର ପରେ ସ୍ୱର୍ଗତ ଶରତ ମିଶ୍ର ବିଭିନ୍ନ ଗଣମାଧ୍ୟମରେ ଅପରାଧ, ଆଇନ୍, ସୁରକ୍ଷା ଆଦି ପ୍ରସଙ୍ଗରେ ନିଜର ସୁଚିନ୍ତିତ ମତ ରଖି ଆସୁଥିଲେ। ଏହାସହ ସାହିତ୍ୟ ଓ ଲେଖାଲେଖିକୁ ଆପଣାଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ସେ ପାଇଥିଲେ।୧୯୫୯ ବ୍ୟାଚ୍‌ର ଅବସରପ୍ରାପ୍ତ IPS ଅଫିସର ଶରତ ମିଶ୍ର। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ଭାଇ ସୂଚନା ଦେଇଛନ୍ତି। 

Comments are closed, but trackbacks and pingbacks are open.