ବିଜେପିରେ ମିଶିଲେ ପୂର୍ବତନ ବିଜେଡ଼ି ମନ୍ତ୍ରୀ ଅଞ୍ଜଳି ବେହେରା

27

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଶତାଧିକ କର୍ମୀଙ୍କ ସହ ବିଜେପି ଦଳରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତ୍ରୀ ଅଞ୍ଜଳି ବେହେରା । ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ। ଅଞ୍ଜଳିଙ୍କ ସହିତ ବିଜେଡିର କିଛି ନେତା ଓ କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ କାମ କରିବାକୁ ଅଞ୍ଜଳି ବେହେରା କର୍ମୀମାନଙ୍କୁ ଆହ୍ୱାନ କରିଛନ୍ତି। ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ରାଉତ ମଧ୍ୟ ବିଜେପିରେ ମିଶିଛନ୍ତି । ପୁରୀ, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରୁ ବିଜେଡ଼ି ଏବଂ କଂଗ୍ରେସର ହଜାର ହଜାର କର୍ମୀ ବିଜେପିରେ ଯୋଗ ଦେଇଛନ୍ତି ।
ତେବେ ବିଜେପିରେ ଯୋଗ ଦେବା ପରେ ଅଞ୍ଜଳି ବେହେରା କହିଛନ୍ତି ଯେ “ମୋ ବାପା, ମାଆ ଓ ମୁଁ ବିଜେଡିରେ ରହି ଢେଙ୍କାନାଳବାସୀଙ୍କର ସେବା କରୁଥିଲୁ। ହେଲା ସେହି ଦଳ ଆମକୁ ଗୋଇଠା ମାରିଛି। ବିଜେଡି ଦଳ ମୋର ବହୁତ କ୍ଷତି କରିଛି।”
ସୂଚନା ଥାଉକି, ଅଞ୍ଜଳି ବେହେରା ବିଜେଡି ଟିକେଟ୍‌ରେ ହିନ୍ଦୋଳ ଆସନରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Leave A Reply

Your email address will not be published.