ଯୁକ୍ତ ୩ ନାମଲେଖା ପାଇଁ ବୃଦ୍ଧି ପାଇଲା ଫର୍ମ ଦାଖଲ ଅବଧି

270

ଭୁବନେଶ୍ୱର: +୩ ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି କରାଯାଇଛି। ଛାତ୍ରୀଛାତ୍ରଙ୍କ ପାଇଁ ଚଳିତ ଶିକ୍ଷା ବର୍ଷରେ ଉଚ୍ଚ ଶିକ୍ଷା ବିଭାଗ ସୋମବାର ଏକ ବଡ଼ ପଦକ୍ଷେପ ନେଇଛି।  ଫଳରେ ଛାତ୍ରୀଛାତ୍ରମାନେ ଜୁନ ୪ ତାରିଖ ରାତି ୧୧ଟା ୪୫ ଯାଏ ଫର୍ମ ଦାଖଲ କରିପାରିବେ। ନାମଲେଖା ପାଇଁ ଫର୍ମ ଦାଖଲ ଅବଧି ବୃଦ୍ଧି ବଢ଼ାଇବାକୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପୂର୍ବରୁ ଦାବି କରିଥିଲେ। ଦାବିକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି।

Comments are closed, but trackbacks and pingbacks are open.