ମାଲକାନଗିରି: ଆଜି ସକାଳେ ମାଲକାନଗିରି ବନ କର୍ମଚାରୀମାନେ ପଦ୍ମଗିରି ଛକଠାରେ ଏକ ବୋଲେରୋ ଗାଡ଼ିରୁ ୩୨୯ ଗୋଟି କଇଁଛ କୁ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି । ବନ ବିଭାଗର ଟିମ୍ କୌଣସି ସୂତ୍ରରୁ ଖବର ପାଇ ଏକ ବୋଲେରୋ ଗାଡ଼ିକୁ ଅଟକାଇ ତଲାସି କରିଥିଲା । ତଲାସି ବେଳେ ଗାଡ଼ି ଭିତରୁ ବହୁ ସଂଖ୍ୟକ ଜୀବନ୍ତ ସଫ୍ଟ ଶେଲ୍ କଇଁଛ ଉଦ୍ଧାର ହୋଇଥିଲା । ସୂଚନା ଥାଉ ଯେ, ଏହି କଇଁଛଗୁଡ଼ିକୁ ଆନ୍ଧ୍ରପ୍ରଦେଶରୁ ମାଲକାନଗିରି ଜିଲ୍ଲାର ପଦ୍ମଗିରି ଅଞ୍ଚଳକୁ ବେଆଇନ ଭାବେ ଚାଲାଣ କରାଯାଉଥିଲା । ବନ ବିଭାଗ ଗାଡ଼ିର ଡ୍ରାଇଭରଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ, ଏହି ଚାଲାଣ ପଛରେ ଥିବା ବଡ଼ ରାକେଟ୍ର ସନ୍ଧାନ ପାଇଁ ତଦନ୍ତ ଜାରି ରହିଛି । ବାରମ୍ବାର କଇଁଛ ଚୋରାଚାଲାଣ ଘଟଣା ସାମ୍ନାକୁ ଆସୁଥିବାରୁ ବନ ବିଭାଗ କର୍ମଚାରୀଙ୍କୁ ଆହୁରି ସତର୍କ କରାଯାଇଛି ।
Comments are closed, but trackbacks and pingbacks are open.