DRDO ତଥ୍ୟ ଲିକ ଘଟଣାର ବିଦେଶୀ ଲିଙ୍କ : ତଦନ୍ତ କରିବ ଇଣ୍ଟରପୋଲ

65

ଚାନ୍ଦିପୁର ତଥ୍ୟ ଚୋରି ଘଟଣା ର ଅଭିଯୁକ୍ତ ମାନଙ୍କର ବିଦେଶୀ ଲିଙ୍କ ରହଜିଛି I ଅଭିଯୁକ୍ତ ମାନଙ୍କୁ ରିମାଣ୍ଡ ରେ ନେଇ ଜେରା ବେଳେ ଏହା ଜଣାପଡିଛି Iଏହି ଘଟଣାର ଇଣ୍ଟରପୋଲର ସହାୟତା ଲୋଡିବ କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ମାନଙ୍କର ବ୍ୟାଙ୍କ ଆକାଉଣ୍ଟ ,ଫୋନ ରେକର୍ଡ ରୁ ଏହି ବିଦେଶୀ ଲିଙ୍କ ରହିଥିବାର ତଥ୍ୟ ମିଳିଛି I ରହସ୍ୟ ମୟୀ ମହିଳା ଜଣକ ବିଦେଶରୁ ରହି ଅପରେଟ କରିଥିବାରୁ କ୍ରାଇମବ୍ରାଞ୍ଚ ଇଣ୍ଟରପୋଲର ସହାୟତା ନେବ ।
ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେବି ଖୋଳତାଡ଼ ଜାରି ରହିଛି । ଏହି ମାମଲାରେ ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ ।
ଏହା ବ୍ୟତୀତ ଏହି ମାମଲାରେ ରହସ୍ୟମୟୀଙ୍କ ଫଟୋ ମିଳିଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ରହସ୍ୟମୟୀଙ୍କ ଫଟୋ ଓ ଭିଡିଓ କଲ ଠାବ କରାଯାଇଛି । ଡାଟା ଭେରିଫାଏ ହେଲା ପରେ ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଆଣିବୁ ।’

Leave A Reply

Your email address will not be published.