ଏକ ମାସ ମଧ୍ୟରେ ରେ ଦ୍ୱିତୀୟ ଥର ପାଇଁ ଆରବିଆଇ ର ରେପୋ ରେଟ୍ ବୃଦ୍ଧି, ମହଙ୍ଗା ହେବ ଋଣ ଇଏମଆଇ

27

ଗ୍ରାହକଙ୍କ ଉପରେ ବଢିବ ଋଣ ବୋଝ I ଅଧିକ ଭରିବାକୁ ପଡିବ ଇଏମଆଇ I ଆରବିଆଇ ର ୩ ଦିନିଆ ମୁଦ୍ରଣୀଟି ବୈଠକ ପରେ ଏହି ନିଷ୍ପତି ନିଆଯାଇଛି I ରିଜର୍ଭ ବ୍ୟାଙ୍କ(ଆରବିଆଇ) ସୁଧହାର ବା ରେପୋ ରେଟ୍‌କୁ ବୃଦ୍ଧି କରିଛି। ସୁଧ ହାର ୫୦ ବେସିସ ପଏଣ୍ଟ ବୃଦ୍ଧି ପାଇଛି। ଫଳରେ ପୂର୍ବରୁ ରେପୋ ରେଟ ୪.୪୦% ଥିଲା ବେଳେ ବର୍ତମାନ ଏହା ୪.୯%ରେ ପହଞ୍ଚି ଯାଇଛି।

ଏହାର ଅର୍ଥ ଏବେ ସାଧାରଣ ଲୋକଙ୍କୁ ସେମାନଙ୍କ ଋଣ ପାଇଁ ଅଧିକ ପରିମାଣର ଇଏମଆଇ ଦେବାକୁ ପଡ଼ିବ। ଏହାବାଦ ଆରବିଆଇ ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୬.୭% ରହିବ ବୋଲି ଆକଳନ କରିଛି। ସାଧାରଣତଃ ମୁଦ୍ରାସ୍ଫୀତି ୨ରୁ ୬% ମଧ୍ୟରେ ରହିବା ଅର୍ଥନୀତି ପାଇଁ ଭଲ ଖବର। ହେଲେ ଏହା ୬.୭% ରହିବା ଆଦୌ ଶୁଭଙ୍କର ନୁହେଁ ବୋଲି ଅର୍ଥନୀତିକ ବିଶାରଦମାନେ ମତ ଦେଇଛନ୍ତି।
ଗତ ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଆରବିଆଇ ଦ୍ୱାରା ରେପୋ ରେଟ୍ ବୃଦ୍ଧି କରାଯାଇଛି I ରେପୋ ହାର ବୃଦ୍ଧି ପରେଗୃହ ଋଣ , ବ୍ୟକ୍ତିଗତ ଋଣ ଏବଂ କାର ଋଣ ,ଶିକ୍ଷା ଋଣ ର ର EMI ବୃଦ୍ଧି ହେବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି I

ଖାଲି ସେତିକି ନୁହେଁ ପୂର୍ବରୁ ଯେଉଁମାନେ ହୋମ୍‌ ଲୋନ ନେଇ ସାରିଛନ୍ତି ସେମାନଙ୍କ ମାସିକ କିସ୍ତି ବୃଦ୍ଧି କରାଯିବ ବୋଲି ମଧ୍ୟ କୁହାଯାଇଛି । ବସିଥିବା ତିନି ଦିନିଆ ବୈଠକ ପରେ ଆରବିଆଇ ଗଭର୍ଣ୍ଣନର ଶକ୍ତିକାନ୍ତ ଦାସ ଏପରି ନିଷ୍ପତ୍ତି ନେଇଛନ୍ତି । ଆରବିଆଇ ମୁଦ୍ରାନୀତି ବୈଠକ ୬ଜୁନରୁ ଆରମ୍ଭ ହୋଇଥିଲା । ଆଜି ଅର୍ଥାତ୍‌ ଜୁନ୍‌୮ ତାରିଖରେ ଶେଷ ହୋଇଛି ।

ସୂଚନାଯୋଗ୍ୟ, ଭାରତରେ ବ୍ୟାଙ୍କଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଓ ଆଉ ବାକି ଯେତେ ସବୁ ବ୍ୟାଙ୍କ ରହିଲେ ତାହା ବାଣିଜ୍ୟିକ ବ୍ୟାଙ୍କ ବା କମର୍ସିଆଲ୍ ବ୍ୟାଙ୍କ। ସାଧାରଣ ଲୋକଙ୍କର ଆରବିଆଇ ସହିତ କୌଣସି ସିଧାସଳଖ ସମ୍ପର୍କ ନାହିଁ କହିଲେ ଚଳେ।

ଆମର ଜରୁରୀ ସମୟରେ ଆମେ ଯେମିତି କମର୍ସିଆଲ୍ ବ୍ୟାଙ୍କରୁ ଋଣ କରୁଛେ, ଆଉ ସୁଧ ଦେଉଛେ ଠିକ୍ ସେମିତି କମର୍ସିଆଲ୍ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ଉପୁଜିଲେ ଆରବିଆଇ ଠାରୁ ଋଣ ଆଣନ୍ତି। ଏହା ବଦଳରେ ଆରବିଆଇ ଯେଉଁ ସୁଧ ନିଏ ତାହାକୁ ରେପୋ ରେଟ୍ ବା ରିପ୍ରଡକ୍ଟିଭ୍ ରେଟ୍ ବୋଲି କୁହାଯାଏ।

ଆରବିଆଇ ଦ୍ୱାରା ମୁଦ୍ରା ସମୀକ୍ଷା ନୀତି ଘୋଷଣା ପରେ ଷ୍ଟକ୍ ମାର୍କେଟରେ ହ୍ରାସ ଘଟିଛି। ବୁଧବାର ସକାଳେ ସବୁଜ ସଂକେତ ସହିତ ଖୋଲିଥିବା ଷ୍ଟକ୍ ମାର୍କେଟ୍ ସକାଳ ୧୦ .୩୦ ରେ ୫୫ ହଜାର ତଳେ ପହଂଚି ଯାଇଛି I

Comments are closed, but trackbacks and pingbacks are open.