ଆସନ୍ତା ୩ ବର୍ଷ ପାଇଁ ଭାରତୀୟ ରଗ୍‌ବି ଦଳର ପ୍ରାୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍‌

23

ଆସନ୍ତା ୩ ବର୍ଷ ପାଇଁ ରଗବି ଇଣ୍ଡିଆ ର ପ୍ରାୟୋଜକ ହେବା ପାଇଁ ଚୁକ୍ତି ପତ୍ର ସ୍ଵାକ୍ଷର କରିଛନ୍ତି ଓଡ଼ିଶା ସରକାର ଓ କିଟ୍‌ Iଭାରତୀୟ ହକି ଟିମ୍‌ ପରେ ଏବେ ଭାରତୀୟ ରଗ୍‌ବି ଦଳର ହାତ ଧରିଛନ୍ତି ଓଡ଼ିଶା ସରକାର ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ “ଆମେ ରଗବି ସହିତ ଯୋଡ଼ି ହେଲୁ ଏବଂ ମୁଁ ବହୁତ ଖୁସି ଯେ ଭାରତୀୟ ମହିଳା ଦଳର ତାଲିମ୍‌ ଶିବିର ଓଡ଼ିଶାରେ ଆୟୋଜିତ କରାଯାଇଥିଲା’ ।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ଖେଳାଳିଙ୍କୁ ତାଙ୍କ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ଆଗକୁ ୧୮ ବର୍ଷରୁ କମ୍‌ ଭାରତୀୟ ଟିମ୍‌ ଏସିଆନ୍‌ ଚାମ୍ପିଅନସି୍‌ରେ ଭାଗ ନେବାକୁ ଯାଉଛି । ଚଳିତ ମାସ ୧୪ ତାରିଖରୁ ଭୁବନେଶ୍ୱରସ୍ଥିତ କିଟ୍‌ରେ ରଗବିର ଜାତୀୟ କ୍ୟାମ୍ପ୍‌ ଆୟୋଜିତ ହୋଇଛି । ଏହି କ୍ୟାମ୍ପରେ ତାଲିମ ସହିତ ଆଗକୁ ଆସୁଥିବା ଖେଳ ପାଇଁ ଖେଳାଳି ମଧ୍ୟ ଚୟନ କରାଯିବ । ପ୍ରକାଶଯୋଗ୍ୟ, ଓଡ଼ିଶା ସରକାର ଭାରତୀୟ ହକି ଟିମ୍‌ର ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ରହିବାକୁ ଘୋଷଣା କରିଛନ୍ତି । ୨୦୧୮ରୁ ଓଡ଼ିଶା ସରକାର ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌ର ପ୍ରାୟୋଜକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଖାସ୍‌ କରି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍‌ ପଦକ ହାସଲ କରିବା ଏବଂ ଭାରତୀୟ ମହିଳା ହକି ଟିମ୍‌ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା । ଭାରତୀୟ ହକି ଟିମ୍‌କୁ କେହି ସହାୟତା କରିନଥିବା ବେଳେ ମୁଖ୍ୟମନ୍ତ୍ରୀ ଏଥିପାଇଁ ହାତ ବଢ଼ାଇବା ଘଟଣାକୁ ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.