ପୌର ନିର୍ବାଚନ ପାଇଁ ଓଡ଼ିଶାରେ ୨୨ରୁ ୨୪ ପର୍ଯ୍ୟନ୍ତ ପରୀକ୍ଷା ବନ୍ଦ

20

ରାଜ୍ୟରେ ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି I ପୌର ନିର୍ବାଚନ ପାଇଁ ରାଜ୍ୟ ରେ ମାର୍ଚ୍ଚ ୨୨ରୁ ୨୪ ପର୍ଯ୍ୟନ୍ତ ଯୁକ୍ତ ତିନି ଓ ବିଶ୍ବବିଦ୍ୟାଳୟ ପରୀକ୍ଷା ବନ୍ଦ ରହିବ। କଲେଜମାନଙ୍କରେ ପୋଲିଂ ବୁଥ ହେବାର ସମ୍ଭାବନା ରହିଥିବାରୁ ପରୀକ୍ଷା ବନ୍ଦ କରାଯିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ପରୀକ୍ଷା ବନ୍ଦ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଉଚ୍ଚ ଶିକ୍ଷା ବିଭାଗକୁ ନିର୍ଦେଶ ଦେଇଥିଲେ। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା ବନ୍ଦ ନେଇ ସବୁ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।
ତେବେ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ମାର୍ଚ୍ଚ ୨ ତାରିଖରୁ ୭ ପର୍ଯ୍ୟନ୍ତ ରହିଥିଲା ନାମାଙ୍କନ ଦାଖଲ ପ୍ରକ୍ରିୟା । ୯ ତାରିଖରେ ମନୋନୟନ ପତ୍ର ଯାଞ୍ଚ ହେବ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ ଏବଂ ମାର୍ଚ୍ଚ ୨୬ରେ ଫଳାଫଳ ପ୍ରକାଶ ପାଇବ । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ । ଏଥର ମେୟର/ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେବା ସହିତ ଇଭିଏମରେ ହେବ ଭୋଟ ଗଣତି ।

Comments are closed, but trackbacks and pingbacks are open.