ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକେ ଲମ୍ବା ଲାଇନ୍ ଲଗାଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ତେଲ ସରିଯିବା ଗୁଜବ ପରେ ପେଟ୍ରୋଲ ପମ୍ପରେ କାଲି ରାତିରୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ରାଜ୍ୟରେ ଏବେ ପାଇଁ ପେଟ୍ରୋଲ, ଡିଜେଲ ମହଜୁଦ ଅଛି। ଯୁଦ୍ଧ ପାଇଁ ବିଭ୍ରାନ୍ତକାରୀ ତଥ୍ୟ ଆସୁଛି। ରାଜ୍ୟରେ ଯଥେଷ୍ଟ ପରିମାଣରେ ତୈଳ ମହଜୁଦ ଅଛି। ଋଷ ଠାରୁ ତେଲ ଆଶୁଛି, ତେଲ ନିଅଣ୍ଟିଆ ହେବ ନାହିଁ। ରାଜ୍ୟବାସୀ ସରକାରୀ ତଥ୍ୟ ଉପରେ ଭରସା କରନ୍ତୁ। କେବେ ବି ତେଲ କୁ ନେଇ ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। କଳାବାଜାରୀ କରୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭାରତ ଉପରେ ଯୁଦ୍ଧର ପ୍ରଭାବ ପଡ଼ିବ ନାହିଁ। ଖାଇବା ପିଇବା ଜିନିଷ ମଧ୍ୟ ମହଜୁଦ ଅଛି। ଏ ସମୟରେ ଏଲପିଜି ଦର ବଢିବ, କିନ୍ତୁ ମହଜୁଦ ଅଛି। ରେଟ୍ ସାମୟିକ ଭାବେ ବଢିଛି।
Comments are closed, but trackbacks and pingbacks are open.