ବଦନାମୀ ଓ ଧନହାନି ରୁ ବଂଚିବାକୁ ଚାହୁଁଥିଲେ ଚାଣକ୍ୟ ନୀତି ପାଳନ କରନ୍ତୁ

39

ଚାଣକ୍ୟ କୁଟ ନୀତିଜ୍ଞ ହେବା ସହିତ ନିଜର ଆଦର୍ଶ ପାଇଁ ବେଶ ପ୍ରସିଦ୍ଧ ଥିଲେ I ସେ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ର ବିଶାରଦ ଥିଲେ I ଯାହାର ପ୍ରାସଙ୍ଗିକତା ଏବେ ବି ରହିଛି I

ବଦନାମୀ ଓ ଧନହାନି ରୁ ବଂଚିବାକୁ ଚାହୁଁଥିଲେ ଚାଣକ୍ୟ ନୀତି ପାଳନ କରନ୍ତୁ
ଚାଣକ୍ୟ କୁଟ ନୀତିଜ୍ଞ ହେବା ସହିତ ନିଜର ଆଦର୍ଶ ପାଇଁ ବେଶ ପ୍ରସିଦ୍ଧ ଥିଲେ I ସେ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ର ବିଶାରଦ ଥିଲେ I ଯାହାର ପ୍ରାସଙ୍ଗିକତା ଏବେ ବି ରହିଛି I ଚାଣକ୍ୟ ନୀତି ଅନୁସାରେ ବଦନାମୀ ବା ଅପଯଶ ମନୁଷ୍ୟର ସବୁଠୁ ଅଧିକ କ୍ଷତି କରିଥାଏ | ଏଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ ଏହି କାମ କେବେ ବି କରନ୍ତୁ ନାହିଁ I

ନିନ୍ଦା କରନ୍ତୁ ନାହିଁ କି ଶୁଣନ୍ତୁ ନାହିଁ :
ଚାଣକ୍ୟ ନୀତି କୁହେ ଯେଉଁ ବ୍ୟକ୍ତି ନିନ୍ଦା କରିବା କି ଶୁଣିବାରେ ରହେ ସେ ଅପଯଶ ପାଇଥାଏ | ନିନ୍ଦା ନକରାତ୍ମକ ଓ ଏହା ଏକ ଅଵଗୁଣ | ଏହା କାହାର ଭଲ କରିନଥାଏ I ଯଦି ଏଥିରୁ ବିରତ ନ ହୁଅନ୍ତି, ପ୍ରଥମରେ ଏହା ଆନନ୍ଦ ତ ଲାଗେ ହେଲେ ପରେ ଏହା ଘାତକ ହୋଇଥାଏ | ଯାହାକି ବ୍ୟକ୍ତିକୁ ଜଣା ପଡି ନଥାଏ I ତେଣୁ ନିନ୍ଦା ଠାରୁ ଦୂରରେ ରହିବ ଉଚିତ I ନିନ୍ଦା କରୁଥିବା କି ଶୁଣୁଥିବା ବ୍ୟକ୍ତିକୁ ଭଲ କୁହା ଯାଇନଥାଏ I

ନକରାତ୍ମକ ଠାରୁ ରୁହନ୍ତୁ ଦୂରରେ :
ଚାଣକ୍ୟ ନୀତି କୁହେ ବ୍ୟକ୍ତିକୁ ସବୁ ପ୍ରକାର ନକରାତ୍ମକ ଠାରୁ ଦୂରରେ ରହିବ ଦରକାର I ଏହା ସଫଳତାରେ ସବୁଠୁ ବଡ ବାଧକ | ନକରାତ୍ମକ ଶକ୍ତି ଓ ବିଚାର ବ୍ୟକ୍ତିର କ୍ଷମତା, ପ୍ରତିଭା ଓ କୁଶଳତା ଏହି ୩ ଜିନିଷର ନାଶ ହୋଇଥାଏ | ଏହା ଧନର ହାନି ବି କରିଥାଏ | ଏଥି ସହ ବ୍ୟକ୍ତିର ଜୀବନରେ ସଙ୍କଟ ଆଣିଦେଇଥାଏ | ତେଣୁ ବ୍ୟକ୍ତିକୁ ସର୍ବଦା ସକରାତ୍ମକ ରହିବାକୁ ଚେଷ୍ଟା କରିବା ଉଚିତ | ସକରାତ୍ମକ ଶକ୍ତି ସମ୍ପନ୍ନ ବ୍ୟକ୍ତି ଅଧିକ କ୍ରିୟାଶୀଳ ଓ କଳାତ୍ମକ ହୋଇଥା

Comments are closed, but trackbacks and pingbacks are open.