ଶେଷରେ ଆଖି ବୁଜିଲେ ଏଫଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ

71

ଭୁବନେଶ୍ୱର : ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏଫଏମ୍‌ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ବିଳମ୍ବିତ ରାତିରେ ଏମସ୍‌ରେ ଆଖି ବୁଜିଛନ୍ତି ପୀଡ଼ିତା। FM କଲେଜ କତୃପକ୍ଷଙ୍କ ନିର୍ଯାତନାର ଶିକାର ହେବା ପରେ ଶନିବାର ଦେହରେ ପେଟ୍ରୋଲ ଢାଳି ଜୀବନ ହରିବାକୁ ଉଦ୍ୟମ କରିଥିଲେ ସୌମ୍ୟାଶ୍ରୀ। ସୌମ୍ଯାଶ୍ରୀଙ୍କୁ ଗତ ୧୨ ତାରିଖ ଅପରାହ୍ନ ୫ଟା ୧୫ରେ ଜ୍ୟୋତିରେଖା ଭୂୟାଁ ନାମ୍ନୀ ତାଙ୍କର ଜଣେ ବାନ୍ଧବୀ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ। ଗୁରୁତର ଅବସ୍ଥାରେ ସୌମ୍ୟାଶ୍ରୀଙ୍କୁ ବାଲେଶ୍ବର ଜିଲ୍ଲା ହସପିଟାଲରୁ ଏମ୍ସକୁ ରେଫର୍ କରାଯାଇଥିଲା। ସଙ୍କଟପୂର୍ଣ୍ଣ ଅବସ୍ଥାରେ AIIMS ଭୁବନେଶ୍ୱରରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ଶରୀରର ୯୦ରୁ ୯୫ ପ୍ରତିଶତ ଅଂଶ ପୋଡିଯାଇଥିଲା । ୯୮ ପ୍ରତିଶତ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ସୋମବାର ବିଳମ୍ବିତ ରାତିରେ ଏମ୍‌ସ କର୍ତ୍ତୃପକ୍ଷ ତାଙ୍କୁ ମୃତ (କ୍ଲିନିକାଲ୍‌ ଡେଥ୍‌) ଘୋଷଣା କରିଛନ୍ତି । ଛାତ୍ରୀଙ୍କ ସଂଘର୍ଷର ଦୁଃଖଦ ଅନ୍ତ ଘଟିଛି । ରାତି ୧୨ଟାରେ ପରିବାର ସଦସ୍ୟ ଓ ହସ୍ପିଟାଲରେ ଉପସ୍ଥିତ ଥିବା ସାଙ୍ଗମାନଙ୍କୁ ଛାତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଯାଇଥିଲା ।  ସଙ୍ଗେ ସଙ୍ଗେ ହସ୍ପିଟାଲ ପରିସର କାନ୍ଦବୋବାଳିରେ ଫାଟି ପଡ଼ିଥିଲା । ଡାକ୍ତର ତାଙ୍କୁ ବିଧିବଦ୍ଧ ଭାବେ ମୃତ ଘୋଷଣା କରିଥିଲେ ।

Comments are closed, but trackbacks and pingbacks are open.