ଉତ୍ତର ଭାରତରେ ସଙ୍ଗୀନ ହେଲାଣି ବନ୍ୟା ସ୍ଥିତି; ମୃତ୍ୟୁ ସଂଖ୍ୟା ୮୦ ଟପିଲା

706

ନୂଆଦିଲ୍ଲୀ:  ଉତ୍ତରଭାରତରେ  ସଂଘାତିକ ହୋଇଛି ବନ୍ୟାସ୍ଥିତି ।  ଲଗାଣ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶ, ଉତରାଖଣ୍ଡ, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଜମ୍ମୁକଶ୍ମୀର ଓ ରାଜସ୍ଥାନ ସବୁଠି ଦେଖିବାକୁ ମିଳିଛି ପ୍ରକୃତିର କରାଳ ରୂପ । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ । ହିମାଚଳ ପ୍ରଦେଶରେ ବ୍ୟାସ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସେହିପରି ଦିଲ୍ଲୀର ଜମୁନା ନଦୀ ବି ବିପଦସଙ୍କେତ ଉପରେ । ଏସବୁ ସ୍ଥାନରେ ବର୍ଷାଜନିତ ମୃତ୍ୟୁ ସଂଖ୍ୟା ୮୦ ଟପିଲାଣି ।

ଅନ୍ୟପକ୍ଷେ ହିମାଚଳପ୍ରଦେଶରେ ଏବେ ବି ଭୂସ୍ଖଳନ ଥମିନାହିଁ । ମଣ୍ଡିରେ ଚଣ୍ଡିଗଡ-ମନାଲି ନାଶନାଲ ହାଇୱେକୁ ଭୂସ୍ଖଳନ ଯୋଗୁ ବନ୍ଦ କରିଦିଆ ଯାଇଛି । ସେହିପରି ଦିଲ୍ଲୀରେ ଜମୁନା ନଦୀର ବନ୍ୟା ସ୍ଥିତିକୁ ଦେଖି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ସକାଳେ ଯମୁନା ଜଳସ୍ତର ୨୦୭.୧୪ ମିଟର ଉପରେ ଥିଲା । ଏଠାରେ ମନେ ପକେଇ ଦେବୁ, ୨୦୭୮ରେ ଯମୁନା ଜଳସ୍ତର ୨୦୭.୪୯ ମିଟରର ଥିବା ରେକର୍ଡ କରାଯାଇଛି । ଆଗକୁ ଜଳସ୍ତର ଆହୁରି ବୃଦ୍ଧି ପାଇବାର ଅନୁମାନ କରାଯାଉଛି ।

ଯମୁନା ଏଥର ୪୮ ବର୍ଷର ରେକର୍ଡ ଭାଙ୍ଗିପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୮୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି ।  ଆଗାମୀ ୨ରୁ ୩ଦିନ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଯାହା ବି ହେଉ, ସବୁଠି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହିମାଚଳ ପ୍ରଦାଶର କୁଲ୍ଲୁ ଜିଲ୍ଲାରେ ବାୟୁ ସେନାର ହେଲିକପ୍ଟର ଦ୍ୱାରା ବନ୍ୟା ପ୍ରଭାବିତ   ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଛି      ।

Comments are closed, but trackbacks and pingbacks are open.