ଭୁବନେଶ୍ବରରୁ ଜୟପୁରକୁ ଆରମ୍ଭ ହେଲା ବିମାନ ସେବା

27

ଆଜିଠାରୁ ଭୁବନେଶ୍ବରରୁ ଜୟପୁରକୁ ଆରମ୍ଭ ହେଲା ବିମାନ ସେବା I ଏହି ସେବା ଇଣ୍ଡିଗୋ ଫ୍ଲାଇଟ ଦ୍ୱାରା ସପ୍ତାହକୁ ୩ ଥର ଯାତ୍ରୀ ମାନେ ପାଇପାରିବେ । ପ୍ରତ୍ୟେକ ସପ୍ତାହରେ ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ଚଳାଚଳ କରିବ । ଏହି ତିନି ଦିନ ରାତି ୯ଟା ୪୦ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରୁ ବିମାନ ଛାଡିବ । ପ୍ରତ୍ୟେକ ରାଉଣ୍ଡ ଟ୍ରିପ୍ ପିଛା ରାଜ୍ୟ ସରକାରଙ୍କୁ ୭୫ ହଜାର ଟଙ୍କା ଦେବାକୁ ପଡିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଂଜନ ବେଉରିଆ ।

ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହମତିରେ ବିମାନ ସେବା ଆରମ୍ଭ ହୋଇଛି । ଆଜି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପତାକା ଦେଖାଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୁଭାରମ୍ଭ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ସମ୍ବିତ ପାତ୍ର,ପ୍ରମୁଖ ଉପସ୍ଥିତ ଥିଲେ ।
ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ, ବର୍ତମାନ ଭୁବନେଶ୍ୱର ବିମାନ ବନ୍ଦରରୁ ୩୮ଟି ବିମାନ ଚଳାଚଳ କରୁଛି ଏବଂ ୧୯ ଟି ସହର ସହ ଭୁବନେଶ୍ୱର ଯୋଡି ହୋଇଛି । ଭୁବନେଶ୍ୱରରୁ ରାଜସ୍ଥାନ ଜୟପୁରକୁ ସିଧା ବିମାନ ଉଡିବା ଦ୍ୱାରା ଲୋକଙ୍କ ଯିବା ଆସିବା ସହଜ ହେବ । ବ୍ୟବସାୟ ବଢିବ, ଲୋକଙ୍କ ରୋଜଗାର ମଧ୍ୟ ବଢିବ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରର ବିମାନ ବନ୍ଦରର ସଂପ୍ରସାରଣ ଓ ଭୁବନେଶ୍ୱରରେ ଆଉ ଏକ ବିମାନ ବନ୍ଦର ପାଇଁ ଦାବି କରିଥିଲେ ।

ସେହିପରି ଡିସେମ୍ବର ୨ରୁ ଭୁବନେଶ୍ବରରୁ ଗୋଆକୁ ସିଧା ବିମାନ ସେବା ଆରମ୍ଭ ହେବ I ଗୋଆକୁ ସପ୍ତାହର ସବୁ ଦିନ ଇଣ୍ଡିଗୋ ବିମାନ ଚାଲିବ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ଡ଼ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି ।

Leave A Reply

Your email address will not be published.