ଅତିଶୀଘ୍ର ଭୁବନେଶ୍ୱର ରୁ ଜୟପୁର ଓ ଗୋଆ କୁ ବିମାନ ସେବା ଆରମ୍ଭ ହେବ

16

ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ଆରମ୍ଭ ହେବ ବିମାନ ଯାତ୍ରା ସେବା I ଆସନ୍ତା ନଭେମ୍ବର ୨ ତାରିଖରୁ ଇଣ୍ଡିଗୋ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯିବ। ସପ୍ତାହରେ ୩ଥର ଏହି ବିମାନ ଚଳାଚଳ କରିବ। ସେହିପରି ଡିସେମ୍ବର ୧ତାରିଖରୁ ଗୋଆକୁ ମଧ୍ୟ ଦୈନିକ ବିମାନ ସେବା ଆରମ୍ଭ କରିବ ଓଡିଶା I

ଗତ ସେପ୍ଟେମ୍ବର ୧୭ରେ ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାର ପ୍ରତ୍ୟୁତ୍ତରରେ ସିନ୍ଧିଆ ଉଲ୍ଲେଖ କରିଛନ୍ତି ଯେ, ନଭେମ୍ବର ୨ରୁ ଜୟପୁରକୁ ସିଧାସଳଖ ବିମାନ ଉଡ଼ିବ। ସେଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ବିମାନ ସେବା ଆରମ୍ଭ ହେବା ଦ୍ୱାରା ଟୁରିଜିମ କ୍ଷେତ୍ରରେ ବିକାଶ ହେବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେହେରା କହିଛନ୍ତି।

ନଶ୍ଚିତ ଭାବେ ସେପଟେ ପର୍ଯ୍ୟଟକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ବିମାନ ସେବା ଦୈନିକ କରାଯିବ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

Leave A Reply

Your email address will not be published.