ବଢିଲା ଗ୍ୟାସ; ସିଲିଣ୍ତର ୨୦୯ ଟଙ୍କା ମହଙ୍ଗା

452

ନୂଆଦିଲ୍ଲୀ: ବଢିଲା କମର୍ସିଆଲ ଗ୍ୟାସ ଦର । ୧୯ କେଜି ସିଲିଣ୍ତର ୨୦୯ ଟଙ୍କା ମହଙ୍ଗା ହୋଇଛି । ତେବେ ଆଜିଠୁ ନୂଆ ଦର ଲାଗୁ ହେବା ନେଇ ସୂଚନା ରହିଛି । ଦର ବୃଦ୍ଧି ପାଇବା ପରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍ ମୂଲ୍ୟ ୧୭୩୧ ଟଙ୍କା ୫୦ ପଇସାରେ ବିକ୍ରି ହେବ । ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ କମର୍ସିଆଲ ଗ୍ୟାସ୍ ଦର ୧୫୭ ଟଙ୍କା ହ୍ରାସ୍ ପାଇଥିଲା । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି ।

ଏହା ପୂର୍ବରୁ ଅଗଷ୍ଟ ମାସରେ ବ୍ୟବସାୟିକ ଏଲପିଜି ସିଲିଣ୍ତରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଥିଲା ହେଲେ ଘରୋଇ ସିଲିଣ୍ତର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା ।

ସୂଚନାଥାଉ ଯେ, ସେପ୍ଚେମ୍ବର ୧ ତାରିଖରେ ତୈଳ କମ୍ପାନୀଗୁଡିକ ବାଣିଜ୍ୟ ଗ୍ୟାସ୍ ସିଲିଣ୍ତର ମୂଲ୍ୟ ୧୫୮ ଟଙ୍କା ହ୍ରାସ ହୋଇଥିଲା । ଯାହା ପରେ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କେଜି ଗ୍ୟାସ୍ ମୂଲ୍ୟ ହ୍ରାସ୍ ପାଇ ୧,୫୨୨ ଟଙ୍କାରେ ପହଞ୍ଚି ଥିଲା । ସେହିପରି ଅଗଷ୍ଚରେ ମଧ୍ୟ କମର୍ସିଆଲ ଗ୍ୟାସର ମୂଲ୍ୟ ୯୯.୭୫ ଟଙ୍କା ହ୍ରାସ କରାଯାଇଥିଲା । ସୂଚନାଥାଉ ଯେ, ଗତ ଦୁଇ ମାସ ହେବ କମର୍ସିଆଲ ଗ୍ୟାସର ମୂଲ୍ୟ ୨୫୮ ଟଙ୍କା କମ ହୋଇଛି । ବର୍ତ୍ତମାନ ପୁଣି ୨୦୯ ଟଙ୍କା ଦର ବୃଦ୍ଧି କରାଯାଇଛି ।

Comments are closed, but trackbacks and pingbacks are open.