ନବୀନଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗରେ ୫ ମହିଳା

29

ପଞ୍ଚମ ପାଳିର ୩ ବର୍ଷ ପୂରଣ କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନଭେସନ ହଲରେ ନୂଆ ମନ୍ତ୍ରୀ ମଣ୍ଡଳର ଶପଥପାଠ କରାଇଛନ୍ତି I ସେମାନଙ୍କ ମଧ୍ୟରୁ ୧୩ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍। ନବୀନଙ୍କ ମନ୍ତ୍ରୀମଣ୍ଡଳରେ ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ ରେ ସ୍ଥାନ ପାଇଛନ୍ତି ୫ ମହିଳା I

୧ . ଦଳର ବରିଷ୍ଠ ନେତା ବିଂଝାରପୁର ବିଧାୟିକା ପ୍ରମିଳା ମଲିକଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି। ପୁର୍ବରୁ ସେ ଚଳିତ ସରକାରରେ ଦଳର ମୁଖ୍ୟ ସଚେତକ ଥିଲେ। ବର୍ତ୍ତମାନ ତାଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମିଳିଛି I

୨ . ଗଞ୍ଜାମର ଚିକିଟ ବିଧାୟିକା ଉଷା ଦେବୀ ପୁଣି ମନ୍ତ୍ରୀ ମଣ୍ଡଳକୁ ଫେରିଛନ୍ତି। ସେ ପୁର୍ବରୁ ୩ଥର ମନ୍ତ୍ରୀ ଥିଲେ, ଏବେ ତାଙ୍କୁ ଗୃହ ନିର୍ମାଣ ଓ ସହରାଞ୍ଚଳ ବିଭାଗ ମିଳିଛି।

୩ . ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କୁ ମଧ୍ୟ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ସେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ପୁର୍ବରୁ ସେ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ। ବର୍ତ୍ତମାନ ତାଙ୍କୁ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ ମିଳିଛି I

୪ . ରାଜ୍ୟର ଚର୍ଚ୍ଚିତ ବିଧାନସଭା ମଧ୍ୟରୁ ବିଜେପୁର ଅନ୍ୟତମ। ଏଠାକାର ବିଧାୟିକା ରିତା ସାହୁଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବରେ ସୁଯୋଗ ମିଳିଛି। ସେ ଦ୍ୱିତିୟ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ହସ୍ତତନ୍ତ, ବୟନଶିଳ୍ପ ବିଭାଗ ଦିଆଯାଇଛି I

୫ . ସେହିପରି କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିଛି। ସେ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ଦେଇଛନ୍ତି ସରକାର

Comments are closed, but trackbacks and pingbacks are open.