ଓଡିଶାରୁ ୫ ଜଣ ପାଇଲେ ‘ପଦ୍ମ ପୁରସ୍କାର’: ବାବା ବଳିଆ ଏବଂ ଶ୍ୟାମାମଣିଙ୍କୁ ପଦ୍ମଶ୍ରୀ, ସଚ୍ଚିଦାନନ୍ଦ ସ୍ୱାମୀଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

184

ସମାଜ ସେବା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହେଲେ ଆଧ୍ୟାତ୍ମିକ ପ୍ରବଚକ ବାବା ବଳିଆ । ଆଜି ନୂଆଦିଲ୍ଲୀଠାରେ ଏକ ସ୍ବତନ୍ତ୍ର ସମାରୋହରେ ବାବା ବଳିଆଙ୍କୁ ସମ୍ମାନିତ କରିଛନ୍ତି ମହା ମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାସହିତ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଶ୍ୟାମାମଣି ଦେବୀଙ୍କୁ ମଧ୍ୟ ମିଳିଛି ପଦ୍ମଶ୍ରୀ ଉପାଧି ।

ସେହିଭଳି କ୍ରୀଡା କ୍ଷେତ୍ରରେ ବନ୍ଦନା କଟାରିୟାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିବା ବେଳେ ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ସଚ୍ଚିଦାନନ୍ଦ ସ୍ବାମୀଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି । ଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବାବା ଶିବାନନ୍ଦଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।
ଏହାବାଦ ଭାରତ ବର୍ଷର ବରିଷ୍ଟ ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ଗୁରୁ ପ୍ରସାଦ ମହାପାତ୍ରଙ୍କୁ (ମରଣୋତ୍ତର) ପଦ୍ମଶ୍ରୀ ସମ୍ମାନ ମିଳିଛି। ସ୍ୱର୍ଗତ ଗୁରୁଙ୍କର ପତ୍ନୀ ଅଞ୍ଜଳି ମହାପାତ୍ର ରାଷ୍ଟ୍ରପତି କୋବିନ୍ଦଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ସ୍ୱଗର୍ତ ଗୁରୁ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଗୁଜରାଟ କ୍ୟାଡର ଆଇପିଏସ। ଗତ ବର୍ଷ ମହାମାରୀ କୋଭିଡ ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ଗୁରୁ ପ୍ରସାଦ ମହାପାତ୍ର I

ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ଉତ୍ସବରେ ମୋଟ ୬୪ ଜଣଙ୍କୁ ସମ୍ମାନୀତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାରର ବିତରଣ ଉତ୍ସବ ୨୮ ତାରିଖରେ ଅନୁଷ୍ଠିତ ହେବ।

Comments are closed, but trackbacks and pingbacks are open.