ଡଙ୍ଗା ବୁଡ଼ି ମା ସହିତ ଶିଶୁ ମୃତ

564

ଦେବଗଡ଼ ଜିଲ୍ଲା ଖିଲେଇ ପଞ୍ଚାୟତ ତଲେଇସର ଗାଁ ନିକଟ ରେଙ୍ଗାଳି ଜଳ ଭଣ୍ଡାରରେ ବୁଡ଼ି ୨ ଶିଶୁପୁତ୍ର ସହିତ ସ୍ତ୍ରୀ ମୃତ । ମୃତକମାନେ ହେଲେ ନୂଆଡ଼ିହ ପଞ୍ଚାୟତ ପୁଡ଼ାଡିହ ଗାଁର ବୁଲୁ ପେଣ୍ଠେଇଙ୍କ ୨ ପୁଅ ୫ ବର୍ଷୀୟ ଆୟୁଷ ପେଣ୍ଠେଇ ଓ ୩ ବର୍ଷୀୟ ରିୟାଂଶ ପେଣ୍ଠେଇ ଓ ୨୬ ବର୍ଷୀୟ ସ୍ତ୍ରୀ ଜ୍ୟୋତ୍ସ୍ନା ପେଣ୍ଠେଇ । ମାଛ ଧରିବାକୁ ଯାଇଥିବା ବେଳେ ଗତ ବିଳମ୍ଵିତ ରାତିରେ ତଲେଇସର ଘାଟରେ ଘଟିଛି ଅଘଟଣ । ନଦୀବନ୍ଧର ଗୋଟିଏ ପାର୍ଶ୍ଵରେ ମଞ୍ଚା ବାନ୍ଧି ରାତିରେ ବୁଲୁ ନିଜ ସ୍ତ୍ରୀ ଓ ୨ ପିଲା ମାନଙ୍କ ସହ ଥିବା ବେଳେ ହାତୀ ଆସିଯାଇଥିଲା । ଭୟରେ ବୁଲୁ ନିଜ ସ୍ତ୍ରୀ ଓ ପିଲାଙ୍କୁ ଧରି ଡଙ୍ଗାରେ ନଦୀ ଆରପଟକୁ ଯାଉଥିବା ସମୟରେ ଡଙ୍ଗାଟି ଜଳ ଭଣ୍ଡାର ପାଣିରେ ବୁଡ଼ି ଯାଇଥିଲା । ଡଙ୍ଗାରେ ଥିବା ଦୁଇ ଶିଶୁପୁତ୍ର ଓ ସ୍ତ୍ରୀ ପାଣିରେ ବୁଡ଼ି ଯାଇଥିଲେ । ବୁଲୁ କୌଣସି ପ୍ରକାରେ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଆଜି ସକାଳୁ ମତ୍ସ୍ୟଜୀବୀଙ୍କ ସହାୟତାରେ ୨ ଶିଶୁପୁତ୍ରଙ୍କ ମୃତଦେହ ଜଳ ଭଣ୍ଡାର ପାଣିରୁ ଉଦ୍ଧାର କରାଯାଇଥିଲା । ରିଆମାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଜ୍ୟୋତ୍ସ୍ନାଙ୍କ ମୃତଦେହକୁ ଉଦ୍ଧାର କରିଛି ।

Comments are closed, but trackbacks and pingbacks are open.