ପ୍ରଥମ ସୋଆ ରେନାଲ୍ ସିମ୍ପୋସିୟମ୍ ସମ୍ ହସ୍ପିଟାଲ୍‌ରେ ଆୟୋଜିତ

856

ଭୁବନେଶ୍ୱର, ଡିସେମ୍ବର ୧୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗ ପକ୍ଷରୁ ଶନିବାର ଦିନ ‘ପ୍ରଥମ ସୋଆ ରେନାଲ୍ ସିମ୍ପୋସିୟମ୍‌’ ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ଏହି ‘ପ୍ରଥମ ସୋଆ ରେନାଲ୍ ସିମ୍ପୋସିୟମ୍‌’ (ଏସ୍‌ଆର୍‌ଏସ୍‌) ର ପ୍ରସଙ୍ଗ ରହିଥିଲା ‘କମ୍ପ୍ରେହେନ୍ସିଭ୍ ଅପ୍‌ଡେଟ୍ସ ଇନ୍ ନେଫ୍ରୋଲୋଜି’ ।
ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିଡ଼ନୀ ଜନିତ ସମସ୍ୟା ଥିବା ରୋଗୀଙ୍କ କ୍ଷେତ୍ରରେ ଅତ୍ୟାଧୁନିକ ଚିକିତ୍ସା ଡାଏଲିସିସ୍ ପଦ୍ଧତି ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ମେଡିକାଲ୍‌ର ସୁପରିଟେଣ୍ଡେଂଟ୍ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ ହସ୍ପିଟାଲ୍‌ରେ ମାସକୁ ପ୍ରାୟ ୨୫୦୦ ଡାଏଲିସିସ୍ କରାଯାଉଥିôବା ବେଳେ ବିଶେଷଜ୍ଞ ଡାକ୍ତର ଓ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ରହିଛି । ସେହିପରି ହୃଦ୍‌ରୋଗ ଓ ମଧୁମେହ ରୋଗୀଙ୍କ କ୍ଷେତ୍ରରେ କିଡ଼ନୀ ସମସ୍ୟା ଅଧିକ ଦେଖାଯାଉଥିବା ସେ କହିଥିଲେ ।
କାର୍ଯ୍ୟକ୍ରମରେ ଲକ୍ଷେ୍ନା÷ର ଏସ୍‌ଜିପିଜିଆଇଏମ୍‌ଏସ୍‌ର ନେଫ୍ରୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର (ଡାକ୍ତର) ଅମିତ୍ ଗୁପ୍ତା ଓ ଉତ୍କଳ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର କନ୍‌ସଲଟାଂଟ ପ୍ରଫେସର ଏସ୍‌.ସି ମହାକୁଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କିଡ୍‌ନୀ ରୋଗର କାରଣ, ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଓ ଔଷଧ ବିଷୟରେ ଆଲୋଚନା କରିଥିଲେ ।
ଆୟୋଜିତ ଏହି ସିଏମ୍‌ଇରେ ଓଡ଼ିଶା ବାହାରୁ ନୂଆଦିଲ୍ଲୀ ସ୍ଥିତ ଏମ୍‌ସ, ବେଙ୍ଗାଲୁରୁ, ଚେନ୍ନାଇ ଓ ଲକ୍ଷେ୍ନା÷ର ବିଶିଷ୍ଟ ଡାକ୍ତରମାନେ ଓ ଓଡ଼ିଶାର ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବରଗଡ଼ର ସ୍ୱନାମଧନ୍ୟ ନେଫ୍ରୋଲୋଜି ବିଶେଷଜ୍ଞମାନେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ ରଖିବା ସହ କିଡ୍‌ନୀ ରୋଗ କ’ଣ ଓ ଉପୁଜୁଥିବା ସମସ୍ୟା ଓ ତା’ର ନିରାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।
ସମ୍ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ବିଶ୍ୱରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଫେସର (ଡାକ୍ତର) ଦେବ ପ୍ରସାଦ କର, ଆସୋସିଏଟ୍ ପ୍ରଫେସର (ଡାକ୍ତର) ବିଶ୍ୱଜିତ୍ ମିଶ୍ର, ଆସିଷ୍ଟାଂଟ ପ୍ରଫେସର ଅମୃତା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.