ପ୍ରଥମ କ୍ୱାଲିଫାୟାର: ଟସ୍‌ ଜିତି ଗୁଜରାଟ ର ବୋଲିଂ ନିଷ୍ପତି

38

କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲର ଚଳିତ ସିଜିନର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ଖେଳାଯାଉଛି। ଗୁଜୁରାଟ ଟାଇଟାନ୍ସ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।ଗୁଜରାଟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଲୋକି ଫର୍ଗ୍ୟୁସନଙ୍କ ସ୍ଥାନରେ ଅଲଜାରି ଯୋଶେଫଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। ରାଜସ୍ଥାନ ରୟାଲ୍ସ ନିଜର ସମାନ ଦଳକୁ ନେଇ ପଡିଆକୁ ଓହ୍ଲାଇଛି।

ଏହି ମ୍ୟାଚ୍‌ର ବିଜୟୀ ଦଳ ସିଧା ସଳଖ ଫାଇନାଲ୍‌କୁ ଉନ୍ନୀତ ହେବ । ପରାଜିତ ଦଳ ପାଇଁ ମଧ୍ୟ ଆଉ ଏକ ସୁଯୋଗ ରହିଛି । ଲିଗ୍‌ ପର୍ଯ୍ୟାୟରେ ସର୍ବାଧିକ ପଏଣ୍ଟ ଅର୍ଜନ କରିଥିବା ଟାଇଟନ୍ସ ଆଧିପତ୍ୟ ଜାରି ରଖିବାକୁ ଯୋଜନା କରିଛି । ଅନ୍ୟ ପଟରେ ରୟାଲ୍ସ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବା ସହ ଫାଇନାଲ୍‌ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ।

ରୟାଲ୍ସ ଦଳ ୨୦୦୮ ସିଜନରେ ଚାମ୍ପିଅନ୍‌ ହୋଇଥିଲା । ଏହା ପରଠୁ କେବେ ବି ଫାଇନାଲ୍‌ରେ ପ୍ରବେଶ କରିପାରିନାହିଁ । ଆଜି ଦଳ ନିକଟରେ ସୁଯୋଗ ରହିଛି । ପ୍ରାୟତଃ ସବୁ ଖେଳାଳି ଫର୍ମରେ ରହିଛନ୍ତି । କେବଳ ଜୋସ ବଟଲର ସଫଳ ହେଲେ ରୟାଲ୍ସ ବିଜୟ ସହଜ ହେବ ।

ଟାଇଟନ୍ସ ଦଳ ସିଜନ ଆରମ୍ଭରୁ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଆସିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟାଇଟନ୍ସ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଟସ୍‌ ମଧ୍ୟ ଦଳକୁ ପ୍ରଭାବିତ କରିନଥିଲା । ପ୍ରଥମ ଦଳ ଭାବେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ସହ ଟାଇଟନ୍ସ ବିଜୟୀ ହୋଇଥିଲା । ଉଭୟ ଦଳ ସମାନ ରଣନୀତି ନେଇ ଖେଳିବା ନିଶ୍ଚିତ । ଅର୍ଥାତ ୬ ବ୍ୟାଟର ଓ ୫ ବୋଲର ନେଇ ଉଭୟ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବେ । ଟାଇଟନ୍ସ ପକ୍ଷରୁ ପାଣ୍ଡ୍ୟାଙ୍କ ଉପରେ ନଜର ରହିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଲିଗ୍‌ ମ୍ୟାଚ୍‌ରେ ପାଣ୍ଡ୍ୟା ୮୭ ରନ୍‌ର ଇନିଂସ ଖେଳିଥିଲେ । ସେହିପରି ଗତ କିଛି ମ୍ୟାଚ୍‌ରେ ଆଖି ଦୃଶିଆ ପ୍ରଦର୍ଶନ କରିପାରି ନଥିବା ବଟଲରଙ୍କ ବ୍ୟାଟ୍‌ରୁ ରୟାଲ୍ସ ବଡ ଇନିଂସର ଆଶା ରଖିବ।

ରାଜସ୍ଥାନ ରୟାଲ୍ସ – ଯଶସ୍ଵୀ ଜୟସଓ୍ଵାଲ, ଜୋସ୍ ବଟଲର୍, ସଞ୍ଜୁ ସାମସନ୍ (ଅଧିନାୟକ /ଓ୍ଵିକେଟ୍ କିପର), ଦେବଦତ୍ତ ପାଡିକଲ, ରବିଚନ୍ଦ୍ରନ୍ ଅଶ୍ୱିନ୍, ସିମ୍ରନ୍ ହେଟମାୟର, ରିୟାନ୍ ପରାଗ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କୃଷ୍ଣ, ୟୁଜବେନ୍ଦ୍ର ଚହଲ, ଓବେଡ ମ୍ୟାକକଏ |

ଗୁଜରାଟ୍ ଟାଇଟନ୍ସ– ରିଦ୍ଧିମାନ ଶାହା (ଓ୍ଵିକେଟ୍ କିପର), ଶୁଭମାନ ଗିଲ, ମାଥ୍ୟୁ ୱେଡ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ ମିଲର, ରାହୁଲ ତେୱାତିଆ, ରଶିଦ ଖାନ, ରବିଶ୍ରୀନିବାସନ ସାଇ କିଶୋର, ୟଶ ଦୟାଲ, ଅଲଜାରୀ ଯୋଶେଫ, ମହମ୍ମଦ ଶାମି।

Comments are closed, but trackbacks and pingbacks are open.