ଦିଲ୍ଲୀରେ ଚିହ୍ନଟ ହେଲେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ

30

କରୋନା ମହାମାରୀ ପରେ ବର୍ତ୍ତମାନ ଦେଶରେ ମଙ୍କିପକ୍ସ ଭୂତାଣୁ କୁ ନେଇ ଚିନ୍ତା ବଢିଛି I କେରଳ ପରେ ପରେ ଦିଲ୍ଲୀରେ ଆଜି ଚିହ୍ନଟ ହୋଇଛନ୍ତି ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ I ଆକ୍ରାନ୍ତ ବ୍ୟକ୍ତି ଜଣଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଯାଞ୍ଚ ଚାଲିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି।ଉକ୍ତ ବ୍ୟକ୍ତିଙ୍କ ବୟସ ହେଉଛି ୩୧ ବର୍ଷ I ମୌଲାନା ଆଜାଦ୍ ମେଡିକାଲ କଲେଜରେ ତାଙ୍କର ଚିକିତ୍ସା ଚାଲିଛି। କେରଳ ପରେ ଏହି କେସ ଭାରତର ଚତୁର୍ଥ ମଙ୍କିପକ୍ସ କେସ୍।
ପିଟିଆଇ ରିପୋର୍ଟ ମୁତାବକ, ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୩୧ ବର୍ଷ। ସେ ନିକଟରେ ହିମାଚଳ ପ୍ରଦେଶର ଏକ ଷ୍ଟେଜ ଶୋ’ରେ ଯୋଗ ଦେଇଥିଲେ। ଜ୍ୱର ଓ ଚର୍ମରେ କ୍ଷତ ଯୋଗୁ ତାଙ୍କୁ ପ୍ରାୟ ତିନି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ନମୂନା ପରୀକ୍ଷା ପାଇଁ ପୁଣେ ପଠାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ତାଙ୍କୁ ମୌଲାନା ଆଜାଦ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହାକୁ ମିଶାଇ ଭାରତରେ ମୋଟ ୪ ଜଣ ମଙ୍କିପକ୍ସ ଭାଇରସରେ ଆକ୍ରାନ୍ତ ହୋଇସାରିଲେଣି।
କେରଳରେ ପ୍ରଥମ ମଙ୍କିପକ୍ସ ମାମଲା କନୂର୍ ଜିଲ୍ଲାରେ ଦ୍ବିତୀୟ ଓ ତୃତୀୟ କେସ୍ ଜୁଲାଇ ୨୨ କେରଳର ମାଲାପୁରମ ଜିଲ୍ଲାରେ ଦେଖିବାକୁ ମିଳିଥିଲା। ପ୍ରଥମ ଆକ୍ରାନ୍ତ ବ୍ୟକ୍ତି ଜଣକ ଦୁବାଇରୁ ଫେରିଥିଲେ। ମଙ୍କିପକ୍ସର ଲକ୍ଷଣ ଦେଖାଦେବା ପରେ ତାଙ୍କୁ କେରଳର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା।ତେବେ ବିଶ୍ୱରେ ମଙ୍କିପକ୍ସ ବ୍ୟାପିବା ପରେ ଏହାକୁ ଅନ୍ତର୍ଜାତିକ ସ୍ୱାସ୍ଥ୍ୟ ସଂଗଠନ (WHO) ଏମରଜେନ୍ସି ଘୋଷଣା କରିଛି। ଏହାକୁ ପବ୍ଲିକ ହେଲଥ ଏମରଜେନ୍ସି କନସନ ଘୋଷଣା କରିଛି WHO । ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହ ମଙ୍କିପକ୍ସକୁ ଅନ୍ତର୍ଜାତିକ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କରିଛି ।
ଏବେ ସୁଦ୍ଧା ବିଶ୍ୱର ୭୫ଟି ଦେଶକୁ ମଙ୍କିପକ୍ସ ବ୍ୟାପିଲାଣି । ଗତ କିଛି ସପ୍ତାହରେ ୧୨ ଦେଶରେ ୧୦ ହଜାର ମାମଲା ସାମ୍ନାକୁ ଆସିଛି । କେବଳ ଆଫ୍ରିକା ବାହାରେ ଚିହ୍ନଟ ହୋଇଛନ୍ତି ୧୬ ହଜାର ମଙ୍କିପକ୍ସ ମାମଲା । ଭାରତରେ ବର୍ତ୍ତମାନ ପାର୍ଯ୍ୟନ୍ତ ୪ ଟି ମଙ୍କିପକ୍ସ ମାମଲା ବାହାରିଛି ।

Comments are closed, but trackbacks and pingbacks are open.