ପ୍ରଥମ କରୋନା ବଟିକା :ମୋଲନୁପିରାଭିର

22

ବିଶ୍ୱର ପ୍ରଥମ କୋଭିଡ ବଟିକା ମୋଲନୁପିରାଭିରକୁ ଆଜି ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଟ୍ରାଏଲରୁ ଜଣାପଡ଼ିଥିଲା ଯେ ଏହା କରୋନା ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି ଙ୍କ ପାଇଁ ଏହା ଅତ୍ୟନ୍ତ ଜରୁରୀ I ମାତ୍ର ଏହାକୁ ବ୍ୟବହାର ପାଇଁ ବ୍ରିଟେନ ସରକାର ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି।

ବ୍ରିଟେନ ସରକାର କହିଛନ୍ତି, ମୋଲନୁଭିରାଭିରକୁ ଫାର୍ମା କମ୍ପାନୀ ମେର୍କ ଆଣ୍ଡ କୋ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଟ୍ରାଏଲ ବେଳେ ଏହା କରୋନା ବିରୋଧରେ ସଫଳତାର ସହ କାମ କରୁଥିବା ପ୍ରମାଣ ମିଳିଛି। ଏଥିପାଇଁ ୧୮ ଓ ତା’ଠାରୁ ଅଧିକ ବୟସ୍କ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ।
ଲକ୍ଷଣ ଯୁକ୍ତ ଥାଇ ହୋମ ଆଇସୋଲେସନରେ ଥିବା ଲୋକମାନେ ଦିନକୁ ଦୁଇ ଥର, ଏପରି ୫ ଦିନ ଏହି ବଟିକା ଖାଇବେ। ଏହା ଲକ୍ଷଣକୁ ବନ୍ଦ କରିବା ସହ ଜଣେ କରୋନା ଆକ୍ରାନ୍ତକୁ ଶୀଘ୍ର ସୁସ୍ଥ କରି ଦେଉଥିବା ଟ୍ରାଏଲରୁ ସ୍ପଷ୍ଟ ହୋଇଥିବା ବ୍ରିଟେନ ସରକାର କହିଛନ୍ତି।

ଏହା ପୂର୍ବରୁ କମ୍ପାନୀ ଆମେରିକା ସରକାରଙ୍କ ନିକଟରେ ବଟିକାର ବ୍ୟବହାର ପାଇଁ ଆବେଦନ କରିଥିଲା। ଆମେରିକା ଓ ୟୁରୋପୀୟ ପ୍ୟାନେଲ ମଧ୍ୟ ଏହାର ସମୀକ୍ଷା କରୁଛନ୍ତି। କମ୍ପାନୀ ବଟିକାର ଏକାଧିକ ପରୀକ୍ଷା କରିଛି। ପରୀକ୍ଷାରୁ ଜଣାପଡ଼ିଛି ଯେ ଏହି ବଟିକା ମୋଲନୁପିରାଭିର ୫୦% ମୃତ୍ୟୁ ଆଶଙ୍କାକୁ ହ୍ରାସ କରିପାରିବ । ସେହିପରି ବଟିକା ଖାଉଥିବା ଲୋକଙ୍କ ଶରୀରରେ କୌଣସି ପ୍ରକାରର
ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ଦେଖାଯାଉ ନାହିଁ। ଲକ୍ଷଣ ଦେଖା ଯିବାରୁ ୫ ଦିନ ମଧ୍ୟରେ ଏହି ବଟିକା ଖାଇବା ଦ୍ୱାରା ଜଣେ ରୋଗୀ ଗୁରୁତର ହେବେନି ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି।
ପରୀକ୍ଷାରେ ସାମିଲ ହୋଇଥିବା ୩୮୫ ଜଣଙ୍କ ମଧ୍ୟରୁ କେବଳ ୨୮ ଜଣ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି କିମ୍ବା ପ୍ରାଣ ହରାଇଛନ୍ତି। ଅର୍ଥାତ ମାତ୍ର ୭.୩% ଲୋକ କରୋନାରେ ଗୁରୁତର ହେଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ୨୯ ଦିନର ପରୀକ୍ଷାରେ ସାମିଲ ହୋଇ ପ୍ଲାସେବୋ ଦ୍ୱାରା ଚିକିତ୍ସିତ ହେଉଥିବା ଲୋକଙ୍କ ମୃତ୍ୟୁହାର ୧୪.୧% ରହିଛି।

Leave A Reply

Your email address will not be published.