କିମ୍‌ସରେ ପ୍ରଥମ କାଡାଭେରିକ ମେରୁଦଣ୍ଡ ଅସ୍ତ୍ରୋପଚାର କର୍ମଶାଳା

27

ଭୁବନେଶ୍ୱର,୧୮ା୧୧: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ (କିମ୍‌ସ-ଭୁବନେଶ୍ୱର)ରେ ପ୍ରଥମ ଥର ପାଇଁ
କାଡାଭେରିକ ମେରୁଦଣ୍ଡ ଅସ୍ତ୍ରୋପଚାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସ୍ପାଇନ ସର୍ଜନ ସଂଘ (ଏସ୍‌ଏସ୍‌ଆଇ)
ତତ୍ତ୍ୱାବଧାନରେ ଇନଷ୍ଟ୍ରକସନାଲ କୋର୍ସ ଅନ ସ୍ପାଇନ୍ (ଆଇସିଏସ୍ )୨୦୨୨ ପାଠ୍ୟକମ୍ର ର ଏକ ଅଂଶ ସ୍ୱରୂପ ଏହି କର୍ମଶାଳାର
ଆୟୋଜନ କରାଯାଇଥିଲା । ଭାରତର ବହୁ ବିଶିଷ୍ଟ ମେଡିକାଲ କଲେଜର ଖ୍ୟାତନାମା ସ୍ପାଇନ୍ ସର୍ଜନ ଏହାର ସମୀକ୍ଷା
କରିଥିଲେ । ଓଡିଶାରେ ପ୍ରଥମ ଥର ଏଭଳି କମ୍ପ୍ୟୁଟର ଭିତ୍ତିକ ଡିଜିଟାଲ ୩-ଡି ନାଭିଗେସନ ଇଣ୍ଟରଫେସ ବ୍ୟବହାର
କରାଯାଇଥିବା କିମ୍‍ସ ଭୁବନେଶ୍ୱର ଅର୍ଥୋପେଡିକ୍ସ ବିଭାଗ ମୁଖ୍ୟ ତଥା (ଏଏସ୍‌ଏସ୍‌ଆଇ)ର ବରିଷ୍ଠ ସଦସ୍ୟ ଡା. ତନ୍ମୟ
ମହାନ୍ତି ପ୍ରକାଶ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ କଟକ ଏସ୍‌ସିବି ମେଡିକାଲ କଲେଜ ଆନାଟୋମୀ ବିଭାଗ ମୁଖ୍ୟ ଡା. ସତ୍ୟଶ୍ରୀ ରାୟ ଏହି କର୍ମଶାଳାର
ବୈଜ୍ଞାନିକ ପଦ୍ଧତିରେ ଉପସ୍ଥାପନା କରିଥିଲେ । ସଙ୍ଗଠନ ସମ୍ପାଦକ ତଥା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ
କଲେଜର ପ୍ରଫେସର ଡା. ଏମ୍‌ଏମ୍ ସାହୁ ଏହି କର୍ମଶାଳାକୁ ପରିଚାଳନା କରିଥିଲେ । ଏସ୍‌ସିବି ମେଡିକାଲ କଲେଜ,
ଅର୍ଥେପେଡିକ୍ସ ବିଭାଗର ମୁଖ୍ୟ ପ୍ରଫେସର ନିର୍ମଳ ଚନ୍ଦ୍ର ମହାପାତ୍ର ଏବଂ ସହକାରୀ ପ୍ରଫେସର ଡା ଅମିତ୍ ଗୁରୁ ପ୍ରମୁଖ ଅଂଶ
ଗ୍ରହଣ କରିଥିଲେ ।
ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଖ୍ୟାତିସମ୍ପନ୍ନ ସ୍ପାଇନ ସର୍ଜନ ଡା. ଇଶ୍ୱର କୀର୍ତି, ଡା. ଜନାର୍ଦ୍ଦନ ଆଇଥାଲା, ଡା. ଆପ୍ପାଜୀ କୃଷ୍ଣନ୍‌, ଡା. କିରନ କୁମାର ମୁଖୋପାଧ୍ୟାୟ, ଡା. ଅନିନ୍ଦ୍ୟ ବାସୁ ଏବଂ ଡ. ଜୟଦୀପ ଘୋଷ ପ୍ରମୁଖ ଏହି ର୍କମଶାଳାରେ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । କର୍ମଶାଳାକୁ ଆନାଟୋମୀ ବିଭାଗର ମୁଖ୍ୟ ପ୍ରଫେସର ଡା. ସତ୍ୟନାରାୟଣ ସାମଲ ଏବଂ ପ୍ରଫେସର ଡା. ବିଜୟ କୁମାର ଦତ୍ତ ପରିଚାଳନା କରିଥିଲେ ।

Comments are closed, but trackbacks and pingbacks are open.