ଓମାନ ଉପକୂଳ ନିକଟରେ ଜାହାଜରେ ଲାଗିଲା ନିଆଁ, ସମସ୍ତ ୨୪ ଭାରତୀୟ ନାବିକ ସୁରକ୍ଷିତ

682

ଓମାନ: ଓମାନ ଉପକୂଳ ନିକଟସ୍ଥ ଷ୍ଟ୍ର୍ରେଟ ଅଫ୍ ହର୍ମୁଜ ପାଖରେ ସୋମବାର ଏକ ବାଣିଜ୍ୟିକ ମାଲବାହୀ ଜାହାଜ ଉପରେ ସନ୍ଦିଗ୍ଧ ଡ୍ରୋନ କିମ୍ବା ମିସାଇଲ ଆକ୍ରମଣ ହୋଇଛି। ଏହି ଜାହାଜରେ ଅତିକମରେ ୨୪ ଜଣ ଭାରତୀୟ ନାବିକ ଥିଲେ। କୁହାଯାଉଛି ଯେ ଆକ୍ରମଣ ପରେ ଜାହାଜର ଇଞ୍ଜିନ୍ ରୁମ୍ ରେ ଜୋରଦାର ବିସ୍ଫୋରଣ ହୋଇଥିଲା, ଯାହାଫଳରେ ନିଆଁ ଲାଗିଯାଇଥିଲା। ଏହି ସମୟରେ କ୍ରୁ ମେମ୍ବରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ବର୍ତ୍ତମାନ ସୁଦ୍ଧା ସମସ୍ତ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖବର ଅନୁଯାୟୀ, ପଲାଉର ପତାକା ଥିବା ଏହି ମାଲବାହୀ ଜାହାଜଟି ଓମାନ ଉପକୂଳରୁ ପ୍ରାୟ ୧୫ ସାମୁଦ୍ରିକ ମାଇଲ୍ ଦୂରରେ ଥିବାବେଳେ ତା’ ଉପରେ ଆକ୍ରମଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଜାହାଜର ଇଞ୍ଜିନ୍ ରୁମ୍ ରେ ଏକ କଣା ହୋଇଯାଇଥିଲା। ଯାହାଫଳରେ ଜାହାଜରେ ଦ୍ରୁତ ଗତିରେ ପାଣି ପଶିବାକୁ ଲାଗିଲା ଏବଂ ଏହାର ସନ୍ତୁଳନ ବିଗିଡ଼ିଗଲା। ବିସ୍ଫୋରଣ ପରେ ଇଞ୍ଜିନ୍ ରୁମ୍ ରେ ନିଆଁ ଲାଗିଥିଲା ।

Comments are closed, but trackbacks and pingbacks are open.