ଜୋରିମାନା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

39

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଜରିମାନା । ଲଣ୍ଡନରେ ଘଟିଛି ଏମିତି ଏକ ଘଟଣା। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଚଳନ୍ତା ଗାଡିରେ ଯାଉଥିବା ବେଳେ ସିଟ୍ ବେଲ୍ଟ ପିନ୍ଧିନଥିବା ଯୋଗୁଁ ତାଙ୍କୁ ଇଂଲଣ୍ଡର ଲଙ୍କସାୟାର ପୁଲିସ ୧୦୦ ପାଉଣ୍ଡର ଜରିମାନା ଲଗାଇଛି । ଏହି ଭିଡିଓ ସମ୍ମୁଖକୁ ଆସିବା ପରେ ବ୍ରିଟେନ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଲାଙ୍କଶାୟାର ପୋଲିସ ଅନୁସାରେ ସୁନକ ତାଙ୍କ ଭୁଲ ମାନିବା ସହ ଜରିମାନା ଦେବା ପାଇଁ ରାଜି ହୋଇଛନ୍ତି । ସୁନକ କାର ଡ୍ରାଇଭ କରୁ ନ ଥିଲେ କି ଆଗ ସିଟରେ ବସି ନ ଥିଲେ ।

ତେବେ ସେ ପଛ ସିଟରେ ବସିଥିଲେ ସୁଦ୍ଧା ସିଟ ବେଲଟ ପିନ୍ଧି ନ ଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପୂର୍ବରୁ ୨୦୨୦ରେ କରୋନା ନିୟମ ଉଲ୍ଲଂଘନ ନେଇ ସେ ଦଣ୍ଡିତ ହୋଇଥିଲେ । ସୁନକ ଦଣ୍ଡିତ ହେବା ନେଇ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ବ୍ରିଟେନରେ ଆଇନଠାରୁ ଶକ୍ତିଶାଳୀ କେହି ନାହିଁ । ଏହା ସମୃଦ୍ଧ ଏବଂ ଗରୀବ ଦେଶ ମଧ୍ୟରେ ପାର୍ଥକ୍ୟ ଆଣିଥାଏ ।

Comments are closed, but trackbacks and pingbacks are open.