ମଧ୍ୟାହ୍ନ ଭୋଜନ ପରେ କାହିଁକି ଆସି ଥାଏ ନିଦ ,ଜାଣନ୍ତୁ କାରଣ

23

ସେ ଚାକିରି କରିଥିବା ଲୋକ ହୁଅନ୍ତୁ କି ଶ୍ରମଜୀବୀ, ପ୍ରତିଟି ଲୋକ ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ପାଇଁ ବି ହେଉ ବିଶ୍ରାମ ନେବାକୁ ଚେଷ୍ଟା କରନ୍ତି ବା ଆଗ୍ରହ କରିଥାନ୍ତି । ମଧ୍ୟାହ୍ନ ଭୋଜନ ପରେ ସାମାନ୍ୟ ନିଦ ଆସିବା ମଣିଷମାନଙ୍କ ପାଇଁ ଏକ ସ୍ୱଭାବିକ ପ୍ରକ୍ରିୟା । ଖାଇବା ପରେ ନିଦ ଆସିବାକୁ ପ୍ରାୟ ଲୋକ ଏହାକୁ ହଜମ ପ୍ରକ୍ରିୟା ସହ ଯୋଡି ଦେଇଥାନ୍ତି । ଖାଇବା ପରେ ନିଦ ଆସିବାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି । ଯଦିଓ ବିଜ୍ଞାନରେ ନିଦ ସହ ହଜମ ପ୍ରକ୍ରିୟାର କୌଣସି ସଂପର୍କ ନଥିବା କଥା କୁହାଯାଇଛି ।

ଖାଦ୍ୟରେ ଥିବା ଉପାଦାନ : ଖାଦ୍ୟରେ ରହିଥିବା କିଛି ଉପାଦାନ ନିଦ୍ରାର କାରଣ ହୋଇପାରେ । ହେଲେ ଏହାର ପରିମାଣ ସ୍ୱଳ୍ପ ବୋଲି ଡାକ୍ତରୀ ବିଜ୍ଞାନରେ ଉଲ୍ଲେଖ ରହିଛି । ଏହା ବ୍ୟକ୍ତିର ସଜାଗ ରହିବା କ୍ଷମତା ଉପରେ କୌଣସି ପ୍ରଭାବ ପକାଇ ନଥାଏ । ହେଲେ ଖାଦ୍ୟରେ କିଛି ତତ୍ତ୍ୱ ରହିଥାଏ ଯାହାକି ନିଦ ଆଣିବାରେ ବେଶ୍ ସହାୟକ ହୋଇଥାଏ । ଯେମିତି କି, ମେଲାଟୋନିନ୍ ।

ମେଲାଟୋନିନ : କେତକ ଖାଦ୍ୟରେ ମେଲାଟୋନିନ ନାମକ ହରମୋନର ମାତ୍ର ଖୁବ କମ୍ ରହିଥାଏ । ଯଦିଓ ଶୋଇବା ସମୟରେ ମେଲାଟୋନିନର ଭୂମିକା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଖାଦ୍ୟରେ ଏହାର ନିମ୍ନସ୍ତର ନିଦ୍ରାକୁ ବହୁ ମାତ୍ରରେ ପଭାବିତ କରିନଥାଏ ।

ଟ୍ରିଫ୍ଟୋଟାନ୍ : ଅନ୍ୟ କେତକ ଖାଦ୍ୟ ଖାଇବା ଦ୍ୱାରା ଶରୀର ଅଳସୁଆ ଲାଗିଥାଏ । ବିଶେଷ କରି ସେହି ଖାଦ୍ୟରେ ଟ୍ରିଫ୍ଟୋଟାନ ନାମକ ତତ୍ତ୍ୱ ରହିଥାଏ । ଟ୍ରିଫ୍ଟୋଟାନ ଶରୀରକୁ ଯିବା ପରେ ସେରୋଟୋନିନ୍ ଓ ଶେଷରେ ମେଲାଟୋନିନରେ ପରିଣତ ହୋଇଥାଏ । ଯାହାକି ନିଦ୍ରା ବୃଦ୍ଧି କରିବାରେ ସହଯୋଗ କରେ । ତଥାପି ଏହାର ପ୍ରଭାବ ସାମାନ୍ୟ ବୋଲି କୁହାଯାଏ ।

ଆଲକହଲ୍ : ଆଲକହଲ ସେବନ ପରେ ଏହା ଶରୀରକୁ ଅଳସୁଆ କରିଦଏ ଓ ନିଦ୍ରା ଆସିଯାଇଥାଏ । ଆଲକହଲରେ ଥିବା ଆଡେନୋସାଇନର ପ୍ରଭାବରେ ଏଭଳି ହୋଇଥାଏ । ହେଲେ ମଧ୍ୟାହ୍ନ ଭୋଜନ ପରେ ନିଦ୍ରା ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଡାକ୍ତରୀ ବିଜ୍ଞାନରେ ସ୍ପଷ୍ଟ ହୋଇନାହିଁ ।

Comments are closed, but trackbacks and pingbacks are open.