ପଡିଥିବା ସୁନା ପାଇଲେ କଣ ହୁଏ ଜାଣନ୍ତୁ

10

ଅନେକ ସମୟରେ ଆମେ ରାସ୍ତାରେ ଯାଉ ଯାଉ କାହାକୁ ନା କାହାକୁ ଟଙ୍କା ଏବଂ ସୁନା ମିଳିଥାଏ I ଅନେକ ଲୋକ ଏହାକୁ ଅଣଦେଖା କରି ଚାଲିଯାଉଥିବାବେଳେ ,କିଛି ଲୋକ ଏହାକୁ ଉଠାଇ ନେଇଥାନ୍ତି I ତେବେ ଶାସ୍ତ୍ରରେ ସୁନା ହଜିବା କିମ୍ବା ସୁନା ମିଳିବାକୁ ନେଇ ଶୁଭ ଅଶୁଭ ବିଷୟରେ ବର୍ଣ୍ଣନା କରାଯାଇଛି I ରାସ୍ତାରେ ପଡିଥିବା ସୁନାକୁ ଉଠାଇ ନିଆଯିବ କି ନାହିଁ ଏ ବିଷୟରେ ଅନେକ ଲୋକ ସନ୍ଦେହରେ ରହିଛନ୍ତି।ଆସନ୍ତୁ ଜାଣିବା ଏ ବିଷୟରେ :

ଶାସ୍ତ୍ର ଅନୁଯାୟୀ, ସୁନା ପାଇବା ଏବଂ ହରାଇବା ଦୁଇଟି ଯାକ ଅଶୁଭ ଅଟେ I ଯଦି ନାକ ର ନଥୋ ହଜିଯାଏ ,ତେବେ ସମାଜ ର ନାକ କଟିବା ଭଳି ଅପମାନ ଯୋଗ ସହିବାକୁ ପଡିଥାଏ ,ଏହା ଏକ ଅଶୁଭ ସୂଚନା ଦେଇଥାଏ I

ସେହିଭଳି ମହିଳା ମାନଙ୍କର ମଥାମଣି ହଜିଗଲେ ଏହା ମଧ୍ୟ ଏକ ଅଶୁଭ ସୂଚନା । ଏହା ସୂଚିତ କରେ ଯେ କିଛି ଖରାପ ଖବର ଆସିବାକୁ ଯାଉଛି I ଅନ୍ୟପକ୍ଷରେ, ମଥାମଣି ପାଇବା ମଧ୍ୟ ଏକ ଅଶୁଭ ସୂଚନା I

ଏହା ବାଦ ଯଦି ସୁନା ଅଳଙ୍କାର କିଛି ହଜିଯାଏ ବା ଚୋରି ହୋଇଯାଏ ଏହା ନିହାତି ଏକ ଅଶୁଭ ସୂଚନା I କାରଣ ସୁନା ହେଉଛି ମା ଲକ୍ଷ୍ମୀ ଙ୍କ ପ୍ରତୀକ I ତେଣୁ ଏହା ଯଦି କୌଣସି କାରଣରୁ ଆପଣଙ୍କ ପାଖରୁ ଦୂର ହେଇଯାଏ ,ତାହେଲେ ଆପଣଙ୍କର ସାମାଜିକ ପ୍ରତିଷ୍ଠା ଉପରେ ଆଞ୍ଚ ଆଣିଥାଏ I ସମାଜ ରେ ଆପଣଙ୍କର ଛବି ଖରାପ ହୋଇଥାଏ I କୌଣସି ଏକ ଦୁର୍ଘଟଣାର ମଧ୍ୟ ଆଶଙ୍କା ଥାଏ I ଏହା ବ୍ୟତୀତ ଆପଣଙ୍କ ଧନ , ସମ୍ପତ୍ତିରେ ମଧ୍ୟ ହ୍ରାସଘଟିଥାଏ I

ଶାସ୍ତ୍ର ଅନୁଯାୟୀ, ଯଦି ହାତରୁ ଖସିଯାଇଥିବା ସୁନା ଚୁଡ଼ି ବା ବ୍ରାସଲେଟ ଉଠାଇବା ଶୁଭ ନୁହେଁ । ଏହା ମଧ୍ୟ ଅଶୁଭ ହୋଇଥାଏ I ଗୁରୁ ଗ୍ରହ ବୃହସ୍ପତି ନାରାଜ ହେଲେ କିମ୍ବା ଖରାପ ପଡିଲେ ସୁନା ଅଳଙ୍କାର ହଜିଥାଏ ଇ ଆଉ ଯଦି ଆମେ ତାହା ଉଠାଇ ଆଣୁ ତେବେ ଆମ ଉପରେ ବୁହସ୍ପତି ଜନିତ ଗ୍ରହ ଦୋଷ ଲାଗିଥାଏ I ଏଥିରେ ସାମାଜିକ ପ୍ରତିଷ୍ଠା ଖରାପ ହେବ ସହିତ ଆର୍ଥିକ ସଙ୍କଟ ମଧ୍ୟ ଦେଖାଦେଇଥାଏ I ବୃହସ୍ପତି ଙ୍କ ଗ୍ରହ ଦୋଷ ଲାଗିଲେ ମଣିଷ ଜୀବନରେ କୌଣସି ପ୍ରକାର ଉନ୍ନତି କରିପାରେ ନାହିଁ I ତେଣୁ ଯଥା ସମ୍ଭବ ଆମେ ପଡିଥିବା ସୁନାକୁ ଉଠାଇବା ନାହିଁ କିମ୍ବା ଯଦି ଉଠାଉଛନ୍ତି ତାକୁ ନେଇ ନିକଟସ୍ଥ ମନ୍ଦିର କିମ୍ବା ହୁଣ୍ଡିରେ ଦାନ ଦେଇ ଦିଅନ୍ତୁ I

Leave A Reply

Your email address will not be published.