ଗ୍ୟାସ ଜନିତ ଯନ୍ତ୍ରଣା ର ଜାଣନ୍ତୁ କାରଣ ଓ ନିରାକରଣ

26

ଏସିଡ଼ିଟି :ବିପରୀତ ଜୀବନଶୈଳୀ ଅନେକଙ୍କ ପାଇଁ ସମସ୍ୟା ହୋଇଗଲାଣି I ଏଥିପାଇଁ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର କୁ ପ୍ରଭାବ ପଡିଥାଏ I ଆଜିକାଲି ସମସ୍ତଙ୍କ ପାଇଁ ମୁଖ୍ୟ ସ୍ୱାସ୍ଥ୍ୟ ଗତ ସମସ୍ୟା ହେଉଛି ଅମ୍ଳ ଓ ଗ୍ୟାସ Iଏହାର ମୁକାବିଲା ପାଇଁ ଲୋକମାନେ ଅନେକ ପ୍ରକାରର ଔଷଧ ବ୍ୟବହାର କରିଥାନ୍ତି I କିନ୍ତୁ ଏଥିରୁ ସାମୟିକ ମୁକ୍ତି ମିଳିଥାଏ I ଆସନ୍ତୁ ଜାଣିବା ଏହି ସମସ୍ୟା ର କାରଣ ଓ ନିରାକରଣ ବିଷୟରେ :

ପେଟରେ ଗ୍ୟାସର କାରଣ
ଯେତେବେଳେ ଆପଣ କୌଣସି ଖାଦ୍ୟ କିମ୍ବା ପାନୀୟ ଖାଉଥାନ୍ତି , ତା ସହିତ କିଛି ପରିମାଣର ବାୟୁ ମଧ୍ୟ ଆପଣଙ୍କ ଶରୀରରେ ପ୍ରବେଶ କରିଥାଏ I ଯଦି ଆପଣ ସଠିକ ଭାବରେ ଖାଦ୍ୟକୁ ଚୋବାଇ ଖାଇ ନ ଥାନ୍ତି କିମ୍ବା ଜଲ୍ଦି ଜଲ୍ଦି ରେ ଖାଇ ଦେଇଥାନ୍ତି I ଏହା ହଜମ ହେବାରେ ସମସ୍ୟା ସୃଷ୍ଟି କରି ଥାଏ I ତା ସହିତ ଆପଣ ଖାଇଥିବା ଖାଦ୍ୟ ହଜମ ସମୟରେ କିଛି ପରିମାଣରେ ଅମ୍ଳ ହୋଇ ଗ୍ୟାସ୍ ସୃଷ୍ଟି ହୁଏ I ଏହି ସମୟରେ ପ୍ରବେଶ କରିଥିବା ବାହ୍ୟ ବାୟୁ ଆପଣଙ୍କ ପେଟ ଚାରିପାଖରେ ଚାପ ପ୍ରୟୋଗ କରିଥାଏ, ଯନ୍ତ୍ରଣା ସୃଷ୍ଟି କରିଥାଏ I
ଜଣେ ସାଧାରଣ ବ୍ୟକ୍ତିଙ୍କ ପାଇଁ ପ୍ରତିଦିନ ପେଟରେ ୨ ଗ୍ଲାସ୍ ଗ୍ୟାସ୍ ରହିବା ସ୍ୱାଭାବିକ I ଯଦି ଆପଣଙ୍କ ପେଟରେ ଅଧିକ ଗ୍ୟାସ୍ ସୃଷ୍ଟି ହେଉଥାଏ ଏହା ଚିନ୍ତାର ବିଷୟ ପାଲଟି ଯାଏ I ଏହା ମଧ୍ୟ କୋଲୋନ୍ କ୍ୟାନସରର ଲକ୍ଷଣ ହୋଇପାରେ ବୋଲି ଡାକ୍ତର ମତ ଦେଇଥାନ୍ତି I

ଉପଶମ ପାଇଁ ଉଷୁମ ପାଣି ପିଅନ୍ତୁ
ଯଦି ଆପଣଙ୍କର ଅଧିକ ଅମ୍ଳ ବା ଗ୍ୟାସ ସମସ୍ୟା ରହିଛି ,ତେବେ ସକାଳେ ଖାଲି ପେଟରେ ଉଷୁମ ଦୁଇ ଗ୍ଲାସ ପି ଦିନ ଆରମ୍ଭ କରନ୍ତୁ I ଏହା ସହିତ ହର୍ବାଲ୍ ଚା ପିଇବା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇପାରେ I ଏହା ସହିତ ପେଟରେ ଗ୍ୟାସ ହୋଇଥିବା ସମୟରେ ଅଦା ରସ ଏବଂ ଜୁଆଣି ପାଣି କିମ୍ବା ପୁଦିନା ଅର୍କ ପାଣି ପିଇବା ମଧ୍ୟ ବହୁତ ଉପଯୋଗୀ ହୋଇଥାଏ I ଡାକ୍ତର ଙ୍କ ପରାମର୍ଶ ନେଇ ପାନ ମାଧୁରୀ ପାଣି ଏବଂ ଆପଲ୍ ସାଇଡର୍ ଭିନେଗାର ମଧ୍ୟ ଅମ୍ଳତା ଦୂର କରିବାରେ ସାହାଯ୍ୟ କରିଥାଏ I

ଏକ ଚାମଚ ଲେମ୍ବୁ ରସ ଏବଂ ଅଳ୍ପ ଅଦା ରସ ସହିତ ଏଥିରେ ଟିକେ କଳା ଲୁଣ ମିଶାଇ ଖାଆନ୍ତୁ, ଏହା ହଜମ ଶକ୍ତିରେ ଉନ୍ନତି ଆଣିଥାଏ ଏବଂ ଗ୍ୟାସର ସମସ୍ୟାକୁ ମଧ୍ୟ ଦୂର କରିଥାଏ I
ଅଳ୍ପ ଜୁଆଣି କୁ ଚୋବାଇ ଖାଇ ଉଷୁମ ପାଣି ପିଅନ୍ତୁ ଏହା ଗ୍ୟାସ ଏବଂ ଏସିଡ଼ିଟି ରୁ ମୁକ୍ତି ଦେଇଥାଏ I

ପେଟ ରେ ଅଧିକ ଗ୍ୟାସ୍ କିମ୍ବା ଅମ୍ଳ ହେଉଥିଲେ ଥଣ୍ଡା ପାନୀୟ, କ୍ଷୀର ଚା ,ସହିତ କ୍ଷୀର ଜାତୀୟ ପଦାର୍ଥ ଖାଇବା ଠାରୁ ଦୂରେଇ ରୁହନ୍ତୁ I ତା ସହିତ ଅଧିକ ପରିମାଣରେ ପିଆଜ, ଆଳୁ, ପାଳଙ୍ଗ,ସିମ୍ବ ,ଖଟା ଜାତୀୟ ଖାଦ୍ୟ ସମ ପରିମାଣରେ ମିଠା ଖାଦ୍ୟ ଠାରୁ ମଧ୍ୟ ଦୁରେଇ ରୁହନ୍ତୁ I ଖାଦ୍ୟ ଖାଇବା ସମୟରେ କଥାବାର୍ତ୍ତା କରନ୍ତୁ ନାହିଁ ,ମୋବାଇଲ ନ ଦେଖି ଖାଦ୍ୟକୁ ଠିକ ଭାବରେ ଚୋବାଇ ଖାଆନ୍ତୁ I ଏହା ଦ୍ୱାରା ଖାଦ୍ୟ ନାଳିରେ ବାହ୍ୟ ବାୟୁ ପ୍ରବେଶ କୁ ରୋକାଯାଇପାରିବ I ଜଙ୍କ ଫୁଡ୍ ,ପୋଡା ତେଲ ରେ ହୋଇଥିବା ଖାଦ୍ୟ ଏବଂ ଉତ୍କଟ ମସଲାରେ ତିଆରି ଜିନିଷଗୁଡ଼ିକ ଅମ୍ଳର ଏକ ପ୍ରମୁଖ କାରଣ ହୋଇଯାଏ I ତେଣୁ ସେଗୁଡ଼ିକୁ ଖାଇବା ମଧ୍ୟ ଏଡ଼ାଇବା ଉଚିତ୍ I ଯେତେଦୂର ପାରୁଛନ୍ତି ପେଟ ଖାଲି ରଖନ୍ତୁ ନାହିଁ ନିୟମିତ ବ୍ୟବଧାନ ରେ ଅଳ୍ପ ଅଳ୍ପ ଖାଆନ୍ତୁ I ବାସି ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ I ଯଦି ବଜାରରେ ଅଁଳା ଫଳ ମିଳୁଥାଏ ,ମଝିରେ ମଝିରେ ଆଣି ଚୋବIନ୍ତୁ I ଏହା ସହିତ କିଛି ଶାରୀରିକ ବ୍ୟାୟାମ ସାଙ୍ଗକୁ ଆସନ କଲେ ଆପଙ୍କ ଗ୍ୟାସ ସମସ୍ୟାରୁ ମୁକ୍ତି ମିଳି ପାରିବ I

Comments are closed, but trackbacks and pingbacks are open.