କରୋନା ଟିକାର ଦ୍ୱିତୀୟ ଡୋଜ ଓ ବୁଷ୍ଟର ଡୋଜ ,କେତେଦିନ ମଧ୍ୟରେ ନେବେ ଜାଣନ୍ତୁ

0 24

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ଡିସେମ୍ବର ରେ ଦେଶ କୁ ସମ୍ବୋଧନ କରିବା ସମୟରେ କରୋନା ଯୋଦ୍ଧା ,ବରିଷ୍ଠ ନାଗରିକ ତଥା ଜଟିଳ ରୋଗରେ ପୀଡିତ ଲୋକମାନଙ୍କୁ ବୁଷ୍ଟର ଡୋଜ ଦିଆଯିବା କଥା କହିଥିଲେ । ହେଲେ ଟିକାର ଦ୍ୱିତୀୟ ଖୋରାକ ନେବାର କେତେଦିନ ପରେ ବୁଷ୍ଟର ଡୋଜ ଦିଆଯିବ ସେନେଇ ଏହାକୁ ନେଇ ଏବେ ମନ୍ଥନ ଚାଲିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ କରୋନାର ଦ୍ୱିତୀୟ ଖୋରାକ ନେବାର ୯-୧୨ ମାସ ମଧ୍ୟରେ ବୁଷ୍ଟର ଡୋଜ ଦିଆଯିବା ନେଇ ସରକାର ଯୋଜନା କରୁଥିବା କଥା କୁହାଯାଇଛି । ଭାରତରେ କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ କୋଭିସିଲ୍ଡ ଓ କୋଭାକ୍ସିନ ବର୍ତମାନ ଉପଯୋଗ ହେବାକୁ ଥିବା ଟିକାକୁ କରୋନା ଟିକାର ଦ୍ୱିତୀୟ ଖୋରାକ ନେବାର କେତେଦିନ ପରେ ଦିଆଯିବ ତାହା ଉପରେ ବି ମନ୍ଥନ ଚଳାଇଛନ୍ତି ।
କହିରଖୁ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ରାତିରେ ରାଷ୍ଟ୍ରକୁ ସମ୍ବୋଧନ କରି ୧୫-୧୮ ବର୍ଷର ପିଲାମାନଙ୍କୁ କରୋନା ଟିକା ଦିଆଯିବା ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଜାନୁଆରୀ ୩ ତାରିଖରୁ କିଶୋର ମାନଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହେବ । ହେଲେ କିଶୋରମାନଙ୍କୁ କେଉଁ କମ୍ପାନୀର ଟିକା ଦିଆଯିବ ସେନେଇ ପ୍ରଧାନମନ୍ତ୍ରୀ କିଛି କହି ନାହାଁନ୍ତି । ଅନ୍ୟପଟେ ୮୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଜାନୁଆରୀ ୧୦ ତାରିଖରୁ ବୁଷ୍ଟର ଡୋଜ ଦିଆଯିବା ନେଇ ଘୋଷଣା କରିଛନ୍ତି ।

Leave A Reply

Your email address will not be published.