ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳ ସୀତା ରମଣ,ଅଭିବୃଦ୍ଧି ହାର ୮ରୁ ୮.୫% ଆକଳନ

17

ସଂସଦର ବଜେଟ୍‌ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି । ବର୍ଷର ପ୍ରଥମ ଅଧିବେଶନ ହୋଇଥିବାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ସଦନର ସଂଯୁକ୍ତ ବୈଠକକୁ ସମ୍ୱୋଧନ କରିଥିଲେ । ଏହାପରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ ।

ତେବେ ଆଜି ଗୃହ ଆରମ୍ଭରୁ ଭାରତରେ ଗୁପ୍ତଚର ସଫ୍ଚୱେୟାର ପେଗାସସ୍‌କୁ ନେଇ ହୋଇଥିବା ବିବାଦ ଏବଂ ଆମେରିକାର ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଥିବା ତଥ୍ୟକୁ ଭିତ୍ତି କରି ସଂସଦ ଗରମ ରହିଥିଲା । ବିପକ୍ଷ ଦଳ ଏହାକୁ ନେଇ ତୀବ୍ର ବିରୋଧ କରିଥିଲେ ।

ପରେ ସଂସଦରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ଏହି ସର୍ଭେରେ କୁହାଯାଇଛି ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ। ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଡିଜିପି ଅଭିବୃଦ୍ଧି ୮ରୁ ୮.୫ ପ୍ରତିଶତ I ଏହାର ପୂର୍ବ ବର୍ଷ ଏହି କ୍ଷେତ୍ରରେ ୩.୬ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଥିଲା । ସେହିଭଳି ଇକୋନୋମିକ୍‌ ସର୍ଭେରେ କୁହାଯାଇଛି ଯେ ୨୦୨୧-୨୨ରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ୩.୯ ପ୍ରତିଶତ ରହିବ । କରୋନା ମାଡରେ ବିପର୍ଯ୍ୟସ୍ତ ସେବା କ୍ଷେତ୍ର ଗତବର୍ଷ ୮.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୮.୨ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ସେହିପରି ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୧.୮ ପ୍ରତିଶତ ରହବ ବୋଲି ଆକଳନ କରାଯାଇଛି। ଦେଶର ଷ୍ଟାଟ-ଅପ୍ କ୍ଷେତ୍ରରେ ଆଖି ଦୃଶିଆ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୧୬-୧୭ ବର୍ଷରେ ଷ୍ଟାଟ-ଅପ୍ ସଂଖ୍ୟା ମାତ୍ର ୭୩୩ ଥିବା ବେଳେ ୨୦୨୧-୨୨ରେ ଏହା ୧୪ ହଜାରକୁ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷ ତୁଳନାରେ ଟିକସ ଆଦାୟ ପରିମାଣ ପ୍ରାୟ ୬୭ ପ୍ରତିଶତ ବୃଦ୍ଧି ଘଟିଛି। ମାଇକ୍ରୋ ଇକୋନୋମିକ୍‌ ଇଣ୍ଡିକେଟର୍ସରୁ ସଙ୍କେତ ମିଳୁଛି ଯେ ଭାରତର ଅର୍ଥନୈତିକ ବର୍ଷ ୨୦୨୨-୨୩, ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଦୃଢ଼ ସ୍ଥିତିରେ ରହିଛି ।

ଆର୍ଥିକ ସର୍ବେକ୍ଷଣ ଉପସ୍ଥାପନ ହେବା ପରେ ଲୋକସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।

Leave A Reply

Your email address will not be published.