ଶେଷରେ କୂଅ ରୁ ମିଳିଲା ୪ ପରିବାର ସଦସ୍ୟ ନିଖୋଜଙ୍କ ଠିକଣା

22

ରାୟଗଡା : ଛତିଶଗଡ଼ରୁ ଫେରିବାବେଳେ ୪ ପରିବାର ସଦସ୍ୟଙ୍କ ନିଖୋଜ ଘଟଣାର ସୁରାକ ମିଳିଲା I ଘଟଣା ଯେତିକି ରହସ୍ୟମୟ,ତା’ଠାରୁ ଅଧିକ ଭୟଙ୍କର I ପରିବାର ସଦସ୍ୟ ମାନେ ଛତିଶଗଡ଼ କାଙ୍କେର ରୁ ଏକ ବିବାହ ଉତ୍ସବରୁ ଫେରିବାବେଳେ ବାଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା I ଶେଷରେ ବହୁ ଖୋଜାଖୋଜି ପରେ କାଙ୍କେର ରାସ୍ତାରେ ଥିବା ଏକ ପରିତ୍ୟକ୍ତ କୂଅରୁ କାର ସମେତ ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା I

ସୂଚନାନୁସାରେ ଗତ ଶନିବାର ରାତିରେ ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲର ସୁପରଭାଇଜର ସପନ ସରକାର, ତାଙ୍କ ପତ୍ନୀ ଇତିଶ୍ରୀ ସରକାର, ଶାଳକ ବିଶ୍ୱଜିତ୍ ଅଧିକାରୀ ଓ ପଡ଼ୋଶୀ ହାଜାରି ଢାଲି ଛତିଶଗଡ଼ କାଙ୍କେର ଜିଲ୍ଲାକୁ ଏକ ବିବାହ ଭୋଜି ଖାଇବାକୁ ଯାଇଥିଲେ I ରାତିରେ ସେମାନେ ଏକ କାର ଯୋଗେ ଛତିଶଗଡ଼ ର କଣ୍ଡାଗାଁକୁ ଫେରୁଥିଲେ I କୋଣ୍ଡାଗାଁରେ ସପନ ସରକାରଙ୍କ ଶାଳକଙ୍କ ଘର। ସେଠାରେ ସେଦିନ ସେମାନେ ରହି ରବିବାର ନବରଙ୍ଗପୁର ଅଭିମୁଖେ ଆସିଥା’ନ୍ତେ। ସପନ ସରକାର କାର୍ ଚଲାଉଥିଲେ। ସପନଙ୍କ ଗାଡ଼ି ପଛରେ ତାଙ୍କ ଅନ୍ୟ ସର୍ମ୍ପକୀୟମାନେ ୩ଟି ଗାଡ଼ିରେ ଆସୁଥିଲେ। ତେବେ ସମ୍ପର୍କୀୟମାନେ କୋଣ୍ଡାଗାଁରେ ପହଞ୍ଚିବା ପରେ ସପନ ଓ ତାଙ୍କ ସହିତ ଥିବା ଅନ୍ୟ ତିନି ଜଣଙ୍କୁ ପାଇନଥିଲେ। ତେଣୁ ସେମାନେ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। ତେବେ ସପନ ଓ ଅନ୍ୟ ୩ ଜଣଙ୍କ ଫୋନ୍ ସୁଇଚଅଫ୍ ଥିଲା। ପରେ ସମ୍ପର୍କୀୟମାନେ ସପନଙ୍କ ପରିବାରକୁ ଯୋଗଯୋଗ କରିଥିଲେ। ହେଲେ ସେମାନଙ୍କ ପାଖରେ ବି କିଛି ଖବର ନଥିଲା। ହଠାତ୍ ୪ ଜଣ ନିଖୋଜ ହୋଇଯିବାରୁ ସମସ୍ତେ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ।

ତେବେ କାଙ୍କେରରୁ ଅଳ୍ପ ବାଟ ଅତିକ୍ରମ ପରେ ଏକ ପେଟ୍ରୋଲ ପମ୍ପରେ ତେଲ ପକେଇଥିଲେ ସପନ, ଯାହାର ଏକ ସିସିଟିଭି ଫୁଟେଜ ସେହି ପେଟ୍ରୋଲ ପମ୍ପରୁ ମିଳିଥିଲା । ତେଲ ପକାଇ ମାତ୍ର ୫ କିଲୋମିଟର ଆସିବା ପରେ ସେମାନଙ୍କ ଫୋନ୍ ସୁଇଚ୍ ଅଫ ହୋଇ ଯାଇଥିଲା । ଏହି ଘଟଣାରେ ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ସନ୍ଦେହ ହୋଇଥିଲା I ପରେ ପରିବାର ଲୋକେ ସେମାନଙ୍କୁ ଅପହରଣ କରାଯାଇଥିବା କତୁଆଲି ଥାନାରେ ରବିବାର ଏତଲା ଦେଇଥିଲେ। ୨ ଦିନ ହେଲା ପୁଲିସ ସେମାନଙ୍କୁ ଖୋଜାଖୋଜି କରିଥିଲା। ହେଲେ ସେମାନଙ୍କର କୌଣସି ପତ୍ତା ମିଳି ନଥିଲା।

ଏହି ଘଟଣାରେ ତଦନ୍ତ ଚଳାଉଥିବା ସମୟରେ ଆଜି କାଙ୍କେର ପୋଲିସ ରାସ୍ତାକଡ଼ରେ ଥିବା ଏକ ଖଜୁରୀ ଗଛ ଭାଙ୍ଗି ପଡ଼ିଥିବା ପୁଲିସ ଦେଖିବାକୁ ପାଇଥିଲା I ଏହାର କିଛି ଦୂରରେ ସପନ୍ଙ୍କ ର କିଛି ମେଡ଼ିସିନ ଏବଂ ଲୁଗା ଥିବା ଏକ ବ୍ୟାଗ ଦେଖିବାକୁ ପାଇଥିଲେ I ସନ୍ଦେହ ହେବାରୁ ସେଠାରେ ଖୋଜାଖୋଜି କରିବା ପରେ ଖଜୁରୀ ଗଛ ନିକଟରେ ଏକ ଧାନ ବିଲରେ ଥିବା ପରିତ୍ୟକ୍ତ କୂଅରେ କାର୍‌ଟିଏ ପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ ଦୁର୍ଘଟଣା ବେଳେ କାର ରେ ଥିବା ୪ ଜଣ ସଦସ୍ୟଙ୍କ ସହିତ କାରଟି କୂଅ ଭିତରେ ଗଳି ପଡିଥିବା ପୋଲିସ ଜାଣିବାକୁ ପାଇଥିଲା I ପାଣିରେ ବୁଡ଼ିଯିବାରୁ ଶ୍ବାସରୁଦ୍ଧ ହୋଇ ୪ ଜଙ୍କର ମୃତ୍ୟୁ ଘଟିଥିବା ଜଣI ପଡିଛି I କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଉଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ୪ ମୃତକଙ୍କ ସମେତ କାରଟିକୁ ଉଦ୍ଧାର କରାଯାଇଛି I ଏହି ମର୍ମସ୍ପର୍ଶୀ ଘଟଣାରେ ଅଧିକ ତଦନ୍ତ ଚଳାଇଛି ଛତିଶଗଡ଼ ପୁଲିସ I

Comments are closed, but trackbacks and pingbacks are open.