ସିଏମ୍‌ଓରୁ ଫାଇଲ୍ ଚୋରି ଘଟଣା: ଅବସରପ୍ରାପ୍ତ ଆଇଏଏସ୍ ଉପେନ୍ଦ୍ରନାଥ ବେହେରାଙ୍କୁ ନୋଟିସ୍

20

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ମାମଲାର ଜଷ୍ଟିସ୍ ନାଇଡୁ କମିଶନ୍ ରିପୋର୍ଟ ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ଆରଡିସି ତଦନ୍ତ ରିପୋର୍ଟ ଗାଏବ/ଚୋରି ମାମଲାରେ କମିଶନରେଟ୍ ପୋଲିସ୍ ତଦନ୍ତ ଜୋରଦାର କରିଛି। ଏହି ଘଟଣାରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଉପେନ୍ଦ୍ରନାଥ ବେହେରାଙ୍କୁ କ୍ୟାପିଟାଲ୍ ଥାନା ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ସୂଚନା ଅନୁସାରେ, ଆସନ୍ତା ୨୬ ତାରିଖ ପୂର୍ବାହ୍ନ ୧୧ଟାରେ ଜୋନ୍‌-୧ ଏସିପିଙ୍କ ନିକଟରେ ହାଜର ହେବା ପାଇଁ ଶ୍ରୀ ବେହେରାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଅବସର ନେବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ।

Comments are closed, but trackbacks and pingbacks are open.