‘ଫିଫା-୨୦୨୬’ ଚାମ୍ପିଅନ୍ ହେଲା ସ୍ପେନ୍

63

ୱାସିଂଟନ: ରବିବାର ନ୍ୟୁ ୟର୍କର ମେଟ୍ ଲାଲଫ ଷ୍ଟାଡ଼ିୟମରେ ଅନୁଷ୍ଠିତ ମେଗା ଫିଫା ବିଶ୍ୱକପ୍ ୨୦୨୬ ର ଫାଇନାଲ୍ ମ୍ୟାଚରେ ସ୍ପେନ୍, ୨୦୨୨ ର ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଟାଇଟଲ୍ ଜିତିଛି। ପ୍ରଥମେ ନିର୍ଦ୍ଧାରିତ ୯୦ ମିନିଟ୍ ପର୍ଯ୍ୟନ୍ତ କୌଣସି ଦଳ ଗୋଲ୍ ଦେଇପାରି ନଥିଲେ କିନ୍ତୁ ମ୍ୟାଚର ୧୦୬ ତମ ମିନିଟରେ ସ୍ପେନର ଷ୍ଟାର୍ ୱିଙ୍ଗର ଫେରାନ ଟୋରେସ ଏକ ଐତିହାସିକ ଗୋଲ୍ କରି ନିଜ ଦଳର ବିଜୟ ସୁନିଶ୍ଚିତ କରିଥିଲେ। ୨୦୧୦ରେ ଟାଇଟଲ ଜିତିଥିବା ସ୍ପେନ୍‌ ୧୬ ବର୍ଷ ବ୍ୟବଧାନରେ ପୁଣି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ବିଶ୍ୱକପ୍‌ ଫାଇନାଲ ଇତିହାସରେ ପ୍ରଥମଥର ପାଇଁ ୟୁରୋପିଆନ ଚାମ୍ପିୟନ ଓ ଦକ୍ଷିଣ ଆମେରିକୀୟ ଚାମ୍ପିୟନ ମୁହାଁମୁହିଁ ହୋଇଥିଲେ। ଉଭୟ ଦଳ ସେମିଫାଇନାଲ ପର୍ଯ୍ୟନ୍ତ ଅପରାଜେୟ ମଧ୍ୟ ରହିଥିଲେ। ଏହି ପରାଜୟ ପରେ ଆର୍ଜେଣ୍ଟିନାର କ୍ରମାଗତ ଦ୍ୱିତୀୟ ଥର ଟାଇଟଲ୍ ଜିତିବାର ସ୍ୱପ୍ନ ଭାଙ୍ଗିଯାଇଛି ।

Comments are closed, but trackbacks and pingbacks are open.